ଅଣ୍ଡର ୱାଟର ପେଣ୍ଟିଂ

ପେଣ୍ଟିଂ ଏକ କଳା । ଏହା କାହାର ନିଶା ତ କେହି ଏହାକୁ ପେସା କରି ରୋଜଗାରର ମାଧ୍ୟମ ଭାବେ ବାଛି ନେଇଥାନ୍ତି । ତେବେ ଓଲ୍ଗା ବେଲ୍କା ନାମକ ଜଣେ ରୁଷୀୟ ପେଣ୍ଟର ନିଜ ନିଶାକୁ ଚରିତାର୍ଥ କରିବା ଲାଗି ଆଉ ଏକ ପାଦ ଆଗେଇ ଯାଇଛନ୍ତି । ସେ ପାଣି ଭିତରେ ଜଣେ ମଡେଲଙ୍କ ଚିତ୍ର ଆଙ୍କି ସାଉଁଟିଛନ୍ତି ଲୋକପ୍ରିୟତା । ଓଲ୍ଗା ରୁଷର ଜଣେ ପ୍ରସିଦ୍ଧ ପେଣ୍ଟର୍ । ସେ ଅକ୍ସିଜେନ ମାସ୍କ ପିନ୍ଧି ସମୁଦ୍ର ମଧ୍ୟରେ ପ୍ରବେଶ କରନ୍ତି, ସମୁଦ୍ର ଭିତରର ସୁନ୍ଦର ଦୁନିଆକୁ ରଙ୍ଗତୂଳୀ ମାଧ୍ୟମରେ କାନଭାସ୍ ଉପରେ ଅତି ଜୀବନ୍ତ ଭାବେ ଆଙ୍କିପାରନ୍ତି । ଓଲ୍ଗା ଯେଉଁ କାନ୍ଭାସ ବ୍ୟବହାର କରନ୍ତି ତାହା ୱାଟର ପ୍ରୁଫ୍ ହୋଇଥିବା ବେଳେ ପେଣ୍ଟିଙ୍ଗ ପାଇଁ ସେ ଅଏଲ ପେଣ୍ଟର ବ୍ୟବହାର କରିଥାନ୍ତି । ଯେହେତୁ ଅଏଲ ପେଣ୍ଟ ପାଣିରେ ମିଶିବ ନାହିଁ ତେଣୁ ଏହା ଅତି ସହଜରେ କାନଭାସ୍ ଉପରେ ଆଙ୍କି ହୋଇଯାଏ । ନିକଟରେ ସେ ଜଣେ ମଡେଲଙ୍କ ସହ ସମୁଦ୍ର ଭିତରେ ଏକ ଅଣ୍ଡର ୱାଟର ପ୍ରୋଜେକ୍ଟ ସମାପ୍ତ କରି ସଫଳତା ସାଉଁଟିଛନ୍ତି । କିନ୍ତୁ ଏହି ପେଣ୍ଟିଂର ସବୁଠାରୁ ମଜା କଥା ହେଉଛି ପାଣି ଭିତରେ ଏତେ ସମୟ ଧରି ରହିବା ପାଇଁ ପେଣ୍ଟର ଏବଂ ମଡେଲଙ୍କୁ ୮ରୁ ୧୦ କିଲୋ ଓଜନିଆ ବସ୍ତୁ ସହ ନିଜକୁ ବାନ୍ଧି ରଖିବାକୁ ପଡିଥିଲା । ଫଳରେ ସେମାନେ ନିଜକୁ ସ୍ଥିର ରଖିପାରିଥିଲେ, ଯାହାଫଳରେ ପେଣ୍ଟିଂଟି ଅତି ସୁନ୍ଦର ଭାବେ ତିଆରି ହୋଇପାରିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ