ଅଣ୍ଢରା ମହାବୀର ମାର୍କେଟ ଉଛେଦ ନକରିବାକୁ ଦାବି
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍) : ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଣ୍ଢରା ମହାବୀର ମାର୍କେଟକୁ ଉଛେଦ ନକରାଯିବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବି ହୋଇଛି । ସେହି ମାର୍କେଟ କମ୍ପେ୍ଲକ୍ସ ଉପରେ ୨୫ଜଣ ବେକାର ଯୁବକ,ଯୁବତୀ ନିର୍ଭର କରି ପରିବାର ପ୍ରତିପୋଷଣ କରୁଥିବାରୁ ତାହାକୁ ଉଛେଦ ନକରିବାକୁ ଶରତ ଚନ୍ଦ୍ର ମଲ୍ଲିକ, ବସନ୍ତ କୁମାର ମଲ୍ଲିକ, ଭାଗ୍ୟରଞ୍ଜନ ମଲ୍ଲିକ, ଅରୁଣ ଦୋରା, ସନ୍ତୋଷ ମଲ୍ଲିକ, ସଞ୍ଜୀବ ନାୟକ, ଭାଷ୍କର ସାହୁ, ରବିନ୍ଦ୍ର ବାରିକ, ସତ୍ୟବ୍ରତ ସାହୁ ପ୍ରମୁଖ ଦାବି କରିଛନ୍ତି ।