ଅଣ ଦେଖାରେ ରାଜ୍ୟର ଯୁବପ୍ରତିଭା

ଯାଜପୁର,(ୱାଇଏନ୍ଏସ୍): ରାଜ୍ୟ ବିଜୁ ଜନତା ଦଳର ନବ କଳେବର ପରେ ଏଥିରୁ ବାଦ୍ ପଡ଼ିଛନ୍ତି ରାଜ୍ୟର ଜଣେ ସୁପରିଚିତ ଚେହେରା ଯୁବପ୍ରତିଭା ସମାଜସେବୀ ଦିଲ୍ଲିପଧିର ସାମନ୍ତ । ଜଣେ ଦକ୍ଷ ରାଜନିତିଜ୍ଞ ରାଜ୍ୟ ରାଜନୀତିରେ ସକ୍ରିୟ ଚେହେରା | ରାଜ୍ୟର ସମସ୍ତ ଜିଲ୍ଲାର ଅସହାୟ ରୋଗୀ ମାନଙ୍କୁ କଟକ, ଭୁବନେଶ୍ୱର ବଡ଼ ମେଡ଼ିକାଲରେ ସେବା ଯୋଗାଉଥିବା ବ୍ୟକ୍ତିତ୍ଵ ଯିଏ କୋରନା ମହାମାରୀ ସମୟରେ ୨ଟି ରକ୍ତଦାନ ଶିବିର ଆୟୋଜନ କରି ରକ୍ତ ଅଭାବକୁ ଦୂର କରିଛନ୍ତି, ଅସହାୟ ମାନଙ୍କୁ ଖାଦ୍ୟ ଯୋଗାଇଛନ୍ତି, ରାସ୍ତା କଡର ଦୁର୍ଘଟଣାର ସମ୍ମୁଖୀନ ହୋଉଥିବା ରୋଗୀମାନଙ୍କୁ ମେଡିକାଲ୍ ନେଇଯାଆନ୍ତି, ୨୦୧୪ରୁ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଛାତ୍ର ବିଜେଡ଼ିକୁ ବିଜୟୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ମଧୁସୂଦନ ଆଇନ୍ ବିଶ୍ଵବିଦ୍ୟାଳୟରେ ଛାତ୍ର ବିଜେଡ଼ିକୁ ବିଜୟୀ କରିଛନ୍ତି । ଯାଜପୁର ବ୍ୟାସନଗର ମହାବିଦ୍ୟାଳୟର ପୂର୍ବତନ ଉପସଭାପତି ଜିଲ୍ଲାରେ ଅନ୍ୟ ମହାବିଦ୍ୟାଳୟ ମାନଙ୍କରେ ବିଶାଳ ସଙ୍ଗଠନ ତିଆରି କରିପାରାଛନ୍ତି । ଅଙ୍ଗଦାନ ମହାଅଭିଯାନ କ୍ଷେତ୍ରରେ ସାରା ବିଶ୍ଵରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । କୋରନା ମହାମାରୀ ସମୟରେ ଅସହାୟ ମାନଙ୍କୁ ସେବା ଯୋଗାଉଥିବା କୋରନା ଯୋଦ୍ଧା ମାନଙ୍କୁ ସମ୍ମାନୀତ କରି ସମାଜସେବା କ୍ଷେତ୍ରରେ ତାଙ୍କ ଉତ୍କଣ୍ଠା କୁ ଦ୍ଵିଗୁଣିତ କରିପାରିଛନ୍ତି । ଅସହାୟ ଛୋଟ ପିଲାଙ୍କୁ ପାଠ୍ୟକ୍ରମ ଖାତା,ବହି ଇତ୍ୟାଦି ଯୋଗାଇ ଦେଇଛନ୍ତି । ବିଜେପୁର ଉପନିର୍ବାଚନରେ ଛାତ୍ର ବିଜେଡିକୁ ସକ୍ରିୟ କରିପାରିଛନ୍ତି । ରାଜ୍ୟର ଗରିବ ଛାତ୍ର ମାନଙ୍କୁ ଉଚ୍ଚ ଶିକ୍ଷା ସ୍ତରରେ ବାଣୀବିହାର ବିଶ୍ଵବିଦ୍ୟାଳୟ ଏବଂ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପଢ଼ିବା ପାଇଁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେଇଛନ୍ତି । ରାଜ୍ୟର ୩୪ଟି ଆଇନ୍ ବିଶ୍ଵବିଦ୍ୟାଳୟକୁ ନେଇ ଗଠନ କରାଯାଇଥିବା ବିଜୁ ଆଇନ୍ ଛାତ୍ର ସଂଘର ସଭାପତି ସାଜି ଛାତ୍ର ମାନଙ୍କୁ ସହୋଯୋଗ କରିଛନ୍ତି । ଏଭଳି ଜଣେ ଯୁବ ପ୍ରତିଭା ବାଦ୍ ପଡିଥିବାର ଦେଖିବାକୁ ମିଳିବା ପରେ ମଧ୍ୟ ତାଙ୍କଠାରୁ କୈାଣସି ପ୍ରତିକ୍ରିୟା ମିଳିପାରିନାହିଁ ‌। ତାଙ୍କ ସମର୍ଥକ ମାନଙ୍କ ଠାରୁ ଶୁଣିବାକୁ ମିଳିଛି ସେ ରାଜ୍ୟ ବିଜେଡ଼ି ସାଂଗଠାନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ୱକୁ ସମ୍ମାନ ଜଣାଇ ସମସ୍ତ କାର୍ଯ୍ୟକରୁଥିଲେ ଏବଂ ତାଙ୍କ କନିଷ୍ଠ ଭାଇ ଭବ ପ୍ରସାଦ ଦାସଙ୍କ ସହ ମିଶି ଜିଲ୍ଲାରେ ଏବଂ ରାଜ୍ୟରେ ଛାତ୍ର ବିଜେଡ଼ି ଏବଂ ଯୁବ ବିଜେଡିକୁ ସକ୍ରିୟ କରିଥିଲେ । ସେ ନିଜେ କେବେ ନିଜ ପାଇଁ ତାଙ୍କ ନେତାଙ୍କୁ ଅନୁରୋଧ କରିନାହାନ୍ତି । ଏବଂ ଯାହା ଫଳରେ ସେ ଆଜି ଏସବୁରୁ ବାଦ୍ ପଡିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ