ଅଣ ବିଜେପି ମେଂଟ ଗଠନ ପାଇଁ ଉପରେ ଗୁରୁତ୍ୱ ଦେବ ଫରୱାର୍ଡ଼ ବ୍ଲକ୍‌- ଦେବବ୍ରତ ବିଶ୍ୱାସ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ଆଜି ଭୁବନେଶ୍ୱର ଲୋହିଆ ଏକାଡ଼େମୀ ଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦ୍ୱାରା ପ୍ରତିଷ୍ଠିତ ରାଜନୈତିକ ଦଳ ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକର ଜାତୀୟ ପରିଷଦ ବୈଠକ ଆରମ୍ଭ ହୋଇଛି । ଫରୱାର୍ଡ଼ ବ୍ଲକ ଜାତୀୟ ଉପସଭାପତି ତଥା ବିଧାୟକ ପି.ଭି. କାଦିରମଣ ୍ ଏହି ଦୁଇଦିନିଆ ଜାତୀୟ ପରିଷଦ ବୈଠକରେ ସଭାପତିତ୍ୱ କରୁଛନ୍ତି । ଏହି ଜାତୀୟ ପରିଷଦ ବୈଠକରେ ଉଦ୍‌ଘାଟନୀ ଅଭିଭାଷଣ ରଖି ଦେଶରେ ଦେଖାଯାଉଥିବା ସଂକଟମୟ ପରିସ୍ଥିତି ସଂକ୍ରାନ୍ତରେ ଫରୱାର୍ଡ଼ ବ୍ଲକ୍‌ର ସର୍ବଭାରତୀୟ ସାଧାରଣ ସଂପାଦକ ତଥା ପୂର୍ବତନ ସାଂସଦ ଦେବବ୍ରତ ବିଶ୍ୱାସ ସୂଚନା ପ୍ରଦାନ କରିଥିଲେ । ଦେଶର ରଷ୍ଟ୍ରାୟତ ସଂପଦକୁ କେନ୍ଦ୍ର ସରକାର ଶାଗ,ମାଛ ଦରରେ ବିକ୍ରି କରୁଛନ୍ତି । ଦେଶର ପ୍ରାକୃତିକ ସଂପଦର ଲୁଟ ଚାଲିଛି । ବେକାରୀ ସମସ୍ୟାର ସମାଧାନ କରିବାରେ ସରକାର ବିଫଳ ହୋଇଛନ୍ତି । ପେଟ୍ରୋଲ୍‌, ଡ଼ିଜେଲ୍ ଓ ଇନ୍ଧନ ଗ୍ୟାସ୍‌ର ଦର ବୃଦ୍ଧିକୁ ନିୟନ୍ତ୍ରଣ କରିବାରେ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ମୋଦି ସରକାର ଅମଳରେ ଗଣତନ୍ତ୍ର ବିପିନ୍ନ ହେବାରେ ଲାଗିଛି । ଦେଶରେ ପାର୍ଲ୍ୟାମେଂଟରେ ଜନଗଣଙ୍କ ସପକ୍ଷରେ ଆଇନ୍ ପ୍ରଣୟନ ହେବା ପରିବର୍ତେ ପୁଞ୍ଜିପତିଙ୍କ ସ୍ୱାର୍ଥ ରକ୍ଷା ନିମନ୍ତେ ଆଇନ୍ ପ୍ରଣୟନ କରାଯାଉଛି । ଫଳରେ ଦେଶ ଓ ଦେଶବାସୀଙ୍କ ଜୀବନଜିବୀକା ବିପନ୍ନ ହେବାରେ ଲାଗିଛି । ଏଭଳି ବିପତିରୁ ରକ୍ଷା ପାଇବା ପାଇଁ ଅଣ ବିଜେପି ରାଜନୈତିକ ମେଂଟ ଜନ ଆନ୍ଦୋଳନ ଜରିଆରେ ଗଢ଼ି ତୋଳିବାର ଆବଶ୍ୟକତା ରହିଛି । ଏକ ଦେଶପ୍ରେମୀ ରାଜନୈତିକ ଦଳ ଭାବରେ ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକ୍‌ର ସାଥିମାନେ ସେହି ଗୁରୁ ଦାଇତ୍ୱକୁ କାର୍ଯ୍ୟକାରୀ କରି ଦେଶବାସୀଙ୍କୁ ରକ୍ଷା କରିବା ପାଇଁ ଶ୍ରୀ ବିଶ୍ୱାସ ନିଜ ବକ୍ତବ୍ୟରେ ଆହ୍ୱାନ କରିଥିଲେ । ଏହି ଜାତୀୟ ପରିଷଦ ବୈଠକର ପ୍ରାରମ୍ଭରେ ଫରୱାର୍ଡ଼ ବ୍ଲକର ଉପସଭାପତି ପି.ଭି. କାଦିରମଣ୍ ଫରୱାର୍ଡ଼ ବ୍ଳକର ପାର୍ଟି ପତକାକୁ ଉତୋଳନ କରିବା ପରେ ଆରମ୍ଭ ହୋଇଥିବା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜାତୀୟ ସଂପାଦକ ଜି. ଦେବରାଜନ୍‌, ଜି.ଆର୍‌. ଶିବଶଂଙ୍କର, ନରେନ୍ ଚାଟ୍ଟାର୍ଜୀ, ଗୋବିନ୍ଦ ରାୟ, ବଣ୍ଡା ସୁରେନ୍ଦ୍ର ରେଡ୍ଡୀ ଓ ଜ୍ୟୋତି ରଂଜନ ମହାପାତ୍ର ପ୍ରମୁଖ ବିଭିନ୍ନ ପ୍ରସ୍ତାବମାନ ଆଗତ କରିଥିଲେ । ଫରୱାର୍ଡ଼ ବ୍ଲକ୍‌ର ଏହି ଜାତୀୟ ପରିଷଦ ବୈଠକରେ ଭାରତବର୍ଷର ୧୮ଟି ରାଜ୍ୟରୁ ନେତୃତ୍ୱକାରୀ ସାଥିମାନେ ଯୋଗଦାନ କରିଛନ୍ତି । ଏହି ବୈଠକରେ ଫରୱାର୍ଡ଼ ବ୍ଲକକୁ ଅଧିକ ଲୋକାଭିମୁଖୀ କରିବା ପାଇଁ ବିଭିନ୍ନ ସାଂଗଠନିକ ଓ ସାମ୍ବିଧାନୀକ ପରିବର୍ତନ କରାଯିବାର ସମ୍ଭାବନା ରହିଛି ବୋଲି ଫରୱାର୍ଡ଼ ବ୍ଲକର ରାଜ୍ୟ ସାଧାରଣ ସଂପାଦକ ଜ୍ୟୋତି ରଂଜନ ମହାପାତ୍ର ଏକ ପ୍ରେସ୍ ଇସ୍ତାହାର ମାଧ୍ୟମରେ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ