ଅତିଥିଙ୍କୁ ଦିଅନ୍ତୁ ଉପଯୁକ୍ତ ବ୍ୟବହାର
ସମ୍ପର୍କୀୟମାନେ ଏପରି ଅଟନ୍ତି, ଯେଉଁମାନେ ଭଲ ଏବଂ ଖରାପ ଉଭୟ ଗୁଣ ସମ୍ପର୍ଣ୍ଣ ହୋଇଥାନ୍ତି । ଭଲ ଏହା ଅଟେ ଯେ ଯେବେ ମଧ୍ୟ କିଛି ଉତ୍ସବ ଅନୁଷ୍ଠିତ ହୁଏ, ତେବେ ଏକ ଭଲ ବାତାବରଣ ସୃଷ୍ଟି ହୁଏ । ଅନ୍ୟ କେହି ଯଦି କଷ୍ଟ କିମ୍ବା ଅସୁବିଧାରେ ପଡ଼ିଥାନ୍ତି; ତେବେ ସମ୍ପର୍କୀୟମାନଙ୍କ ସାହାଯ୍ୟ ମିଳିଯାଏ ଏବଂ ଖରାପ ଏହା ହୁଏ ଯେ, କୌଣସି ସମ୍ପର୍କୀୟ ଆପଣଙ୍କୁ କିଛି ଅଧିକ ହିଁ ଅସୁବିଧାରେ ପକାଇଥାନ୍ତି । ଏମାନଙ୍କ ମଧ୍ୟରେ କିଛି ଏପରି ଖରାପ ଅଭ୍ୟାସର ବ୍ୟକ୍ତି ରହିଥାନ୍ତି, ଯେଉଁମାନେ ଆମକୁ ବହୁତ ଅସୁବିଧାରେ ପକାଇଥାନ୍ତି । ସେହି ସମ୍ପର୍କୀୟ ବ୍ୟକ୍ତିଙ୍କ ସେହି ଖରାପ ଗୁଣ ବା ଅଭ୍ୟାସ ଯୋଗୁଁ କେହି ମଧ୍ୟ ନିଜ ଘରକୁ ଆମନ୍ତ୍ରଣ କରିବାକୁ ପସନ୍ଦ କରନ୍ତି ନାହିଁ । ଯଦି ଆପଣଙ୍କଠାରେ ମଧ୍ୟ ଏହିପରି ଅଭ୍ୟାସ ରହିଛି, ତେବେ ଏହାକୁ ପରିବର୍ତ୍ତନ କରିନିଅନ୍ତୁ ।
୧) କେତେକ ସମ୍ପର୍କୀୟ ଲୋକମାନେ ଅନ୍ୟ ଘରକୁ ଯାଇ କେତେ ଦିନ ପର୍ଯ୍ୟନ୍ତ ଏପରି ହିଁ ବିନା କୌଣସି କାମରେ ବସି ରୁହନ୍ତି; ଯାହା ଦ୍ୱାରା ଘରର ଲୋକମାନଙ୍କ ମନରେ ବିରକ୍ତି ମନୋଭାବ ଜାତ ହୋଇଥାଏ । ଏଥିପାଇଁ ଆପଣ ଯେବେ ମଧ୍ୟ କୌଣସି ସମ୍ପର୍କୀୟଙ୍କ ଘରକୁ ଯାଉଛନ୍ତି, ତେବେ କେବଳ କିଛି ଦିନ ହିଁ ସେଠାରେ ରହନ୍ତୁ । ତାଙ୍କର ମଧ୍ୟ ଗୋଟିଏ ବ୍ୟକ୍ତିଗତ ଜୀବନ ଏବଂ ଗୋପନୀୟତା ରହିଛି, ଯାହା ତାଙ୍କର ସ୍ୱଭାବ ଅଟେ । ଏଥିପାଇଁ ତାଙ୍କୁ ବହୁତ ଦିନ ପର୍ଯ୍ୟନ୍ତ ବ୍ୟସ୍ତ କରନ୍ତୁନାହିଁ ।
୨) ଯଦି ଆପଣ କାହା ଘରକୁ ମଧ୍ୟ ଯଦି ଅତିଥି ଭାବରେ ଯାଉଛନ୍ତି; ତେବେ ଏହାର ଅର୍ଥ ଏହା ନୁହେଁ ଯେ ଆପଣ କିଛି କାର୍ଯ୍ୟ ନ କରି କେବଳ ରାଜା କିମ୍ବା ରାଣୀଙ୍କ ପରି ବସି ରହି ସମ୍ମୁଖ ବ୍ୟକ୍ତିର ସେବାର ଆନନ୍ଦ ଉଠାଇବେ । ଯଦି ଆପଣ ସେମାନଙ୍କ କାର୍ଯ୍ୟରେ ଟିକିଏ ସାହାଯ୍ୟ କରିବେ; ତେବେ ସମ୍ମୁଖରେ ଥିବା ଲୋକଙ୍କୁ ମଧ୍ୟ ଭଲଲାଗିବ । ନଚେତ୍ ସେ ଆପଣଙ୍କୁ ଅଧିକ ଦିନ ପର୍ଯ୍ୟନ୍ତ ରହିବାକୁ ସହ୍ୟ କରିପାରିବେ ନାହିଁ ।
୩) ଆପଣ ନିଜ ଘରେ ଯେପରି ମଧ୍ୟ ରୁହନ୍ତୁ କିନ୍ତୁ ଅନ୍ୟ ଘରକୁ ଗଲେ ସେଠାରେ ଅଲି ଅଝଟ କରନ୍ତୁନାହିଁ । କେତେକ ଲୋକ ଛୋଟ ଛୋଟ ବିଷୟରେ ମଧ୍ୟ ସମୟୋଜନ କରିପାରନ୍ତି ନାହିଁ । ସେହିପରି ବ୍ୟକ୍ତିମାନେ ଯେତେବେଳେ ଅତିଥି ଭାବରେ ଯାଆନ୍ତି ଏବଂ ଅନ୍ୟ ଲୋକଙ୍କ କାର୍ଯ୍ୟର ଦୁର୍ଗୁଣ ଖୋଜନ୍ତି । ବର୍ତ୍ତମାନ ଏହା ଜରୁରୀ ନୁହେଁ ଯେ, ଯେଉଁ ସୁବିଧା ଆପଣଙ୍କୁ ନିଜ ଘରେ ମିଳୁଛି ତାହା ଅନ୍ୟ ଲୋକଙ୍କ ଘରେ ମଧ୍ୟ ମିଳିବ । ଏଥିପାଇଁ ଟିକିଏ ସମୟୋଜନ କରିବା ଶିଖନ୍ତୁ ।
୪) ଅନ୍ୟ ଲୋକଙ୍କ ବ୍ୟକ୍ତିଗତ ମାମଲାରେ ଅଧିକ ମୁଣ୍ଡ ପୁରାଇବା, ଅନ୍ୟଙ୍କୁ କଥା ଶୁଣାଇବା ଏବଂ ତାଙ୍କ ବିଷୟରେ ଖରାପ କହିବା ଉପଯୁକ୍ତ ଅତିଥିର ଲକ୍ଷଣ ନୁହେଁ । ଏହା କାହାକୁ ହୁଏତ ପସନ୍ଦ ନ ଆସିପାରେ । ବର୍ତ୍ତମାନ ଯୁଗ ବଦଳିଯାଇଛି । ସମସ୍ତେ ନିଜ ହିସାବରେ ଜୀବନ ଅତିବାହିତ କରୁଛନ୍ତି । ଏଥିପାଇଁ ଆପଣ ତାଙ୍କ କାର୍ଯ୍ୟରେ ମୁଣ୍ଡ ପୁରାନ୍ତୁନାହିଁ । ତାଙ୍କୁ ନିଜ ଜୀବନ ଶାନ୍ତିରେ ଅତିବାହିତ କରିବାକୁ ଦିଅନ୍ତୁ ।
୫) ତୁମ୍ଭର ବିବାହ କେବେ ହେବ ? ପରୀକ୍ଷାରେ କେତେ ନମ୍ବର ଆସିଲା ? ଚାକିରି କେବେ କରିବେ ? ଏହି କଥାଗୁଡ଼ିକ ପଚାରି ଯୁବପିଢ଼ିଙ୍କୁ ବହୁତ ଅସୁବିଧା ଏବଂ ଲଜ୍ଜିତବୋଧ କରାନ୍ତୁ ନାହିଁ । ଯେଉଁ ସମ୍ପର୍କୀୟମାନେ ବାରମ୍ବାର ଏହିପରି ଭାବରେ କରନ୍ତି, ତାହାକୁ ଶିଶୁ ଏବଂ ବଡ଼ ଲୋକମାନେ ଆଦୌ ପସନ୍ଦ କରନ୍ତିନାହିଁ । ଯାହାଙ୍କ ଭାଗ୍ୟରେ ଯାହା ଲେଖା ଅଛି ତାହା ନିଶ୍ଚିତ ମିଳିବ । ଆପଣ କେବଳ ଅନ୍ୟଙ୍କ ଦୁଃଖକୁ ଆଉ ଗଭୀର କରନ୍ତୁ ନାହିଁ ।
୬) ଯେବେ ଅନ୍ୟ କାହା ଘରକୁ ଯାଉଛନ୍ତି; ତେବେ ତାଙ୍କର ଖର୍ଚ୍ଚର ମଧ୍ୟ ଧ୍ୟାନ ରଖନ୍ତୁ । ଏପରି ନ ହେଉ ଯେ ଆପଣଙ୍କ କାରଣରୁ ସମ୍ମୁଖ ବ୍ୟକ୍ତିର ଅଧିକ ଟଙ୍କା ଖର୍ଚ୍ଚ ହୋଇଯାଉ । ଆପଣ ଚାହିଁଲେ ନିଜେ ମଧ୍ୟ ବଜାରରୁ ଘରର ସଦସ୍ୟମାନଙ୍କ ପାଇଁ କିଛି ଉପହାର ଯେପରି ଫଳ, ମିଠା ଇତ୍ୟାଦି ନେଇଯାନ୍ତୁ । ଏଥିରୁ ତାଙ୍କୁ ବହୁତ ଭଲଲାଗିବ ।
ଯଦି ଆପଣ ଦୂର ଗାଆଁରେ ରହୁଥିବା ସମ୍ପର୍କୀୟଙ୍କ ଘରକୁ ଯାତ୍ରା କରୁଛନ୍ତି; ତେବେ ଧ୍ୟାନ ରଖନ୍ତୁ ଯେ ଘରର କୌଣସି ବ୍ୟସ୍ତ ବ୍ୟକ୍ତି ଆପଣଙ୍କୁ ଦ୍ୱାରା ଯେପରି କଷ୍ଟ ନ ପାଇବେ । କିଛି ସମ୍ପର୍କୀୟଙ୍କ ଅଭ୍ୟାସ ରହିଥାଏ ଯେ, ତାଙ୍କୁ ଷ୍ଟେସନରୁ ଘର କିମ୍ବା ଘରରୁ ଷ୍ଟେସନ କିମ୍ବା ସହରରେ କୌଣସି ସ୍ଥାନକୁ ଭ୍ରମଣ ପାଇଁ ଯିବାର ଥିଲେ ସମ୍ମୁଖ ବ୍ୟକ୍ତିଙ୍କୁ କଷ୍ଟ ପହଞ୍ଚାଇଥାନ୍ତି । ତାଙ୍କୁ ଗାଡ଼ି ସହିତ ଆସିବାକୁ କୁହନ୍ତି । ଯଦି ସମ୍ମୁଖ ବ୍ୟକ୍ତି ନିଜ ଖୁସିରେ ଆସିଥାଏ, ତେବେ ଠିକ ଅଛି କିନ୍ତୁ ଯଦି ସେ ବ୍ୟସ୍ତ ଥାଏ ତେବେ ନିଜେ ହିଁ ଯାତ୍ରା କରିବା ଉଚିତ୍ ।


