ଅତିରିକ୍ତ ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ବୁଗୁଡା ବ୍ଲକରେ କୋଭିଡ ସପ୍ତାହ ପାଳନ

ବୁଗୁଡା,(ଅନିଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ପକ୍ଷରୁ କୋଭିଡ – ୧୯ ସପ୍ତାହ ପାଳନରେ ଭଞ୍ଜନଗର ଅତିରିକ୍ତ ଉପଜିଲ୍ଲାପାଳ ଦିଲ୍ଲୀପ କୁମାର ମହାରଣାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର ଏହି ସମୟ ମଧ୍ୟରେ କରୋନା ପଜିଟିଭି ଚିହ୍ନଟ ହୋଇଥିବା ଯୋଗୁଁ ବୁବୁଡ ବ୍ଲକର ନେତୃତ୍ୱ ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀ ମହାରଣା ଗ୍ରହଣ କରିଛନ୍ତି। ଶ୍ରୀ ମହାରଣାଙ୍କ ସହ ବୁଗୁଡା ବ୍ଲକ ଏକାଉଟେଣ୍ଟ ପରାଶର ଦାଶ କଲମ୍ଵ ଗ୍ରାମ ପାଞ୍ଚାୟତ ରେ ସଚେତନତା ରାଲି, ପାଙ୍ଗିଡ଼ି ଓ ଶଙ୍କୁରୁ ପାଞ୍ଚାୟତରେ ଲୋକପ୍ରତିନିଧି ମାନଙ୍କୁ ସଚେତନ ସଭା, ପାଙ୍ଗିଡ଼ି ପଂଚାୟତରେ ଲୋକ ପ୍ରତିନିଧିଙ୍କ ସହ ମିଶି ମାସ୍କ ବଣ୍ଟନ, ସେପ୍ଟେମ୍ବର ୩୦ ତାରିଖ ଦିନ ବି.କରଡ଼ାବାଡ଼ି ଓ ତାକରଡ଼ା ଗ୍ରାମ ପଞ୍ଚାୟତରେ କୋଭିଡ -୧୯ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି। ଭଞ୍ଜନଗର ଅତିରିକ୍ତ ଉପଜିଲ୍ଲାପାଳ ଓ ବୁଗୁଡା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନେତୃତ୍ବରେ କୋଭିଡ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ସୁଚାରୁଭାବେ ବୁଗୁଡା ସହରରେ ପାଳନ ହୋଇପାରିଛି। ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର କରୋନା ସଂକ୍ରମଣ ଯୋଗୁଁ ପ୍ରତ୍ୟକ୍ଷ ଭାବେ ସହଯୋଗ କରିପାରି ନଥିବା ବେଳେ ପରୋକ୍ଷ ଭାବେ ମୋବାଇଲ ଦ୍ୱାରା ସର୍ବଦା ଯୋଗାଯୋଗ ରଖି ସହଯୋଗ କରୁଥିଲେ। ସମସ୍ତ ପ୍ରଶାସନିକ ସ୍ତରରେ ଆନ୍ତରିକ ଉଦ୍ୟମ, ଲୋକପ୍ରତିନିଧି ଓ ଜନସାଧାରଣଙ୍କ ସହଯୋଗ ଦ୍ୱାରା ବୁଗୁଡା ଅଞ୍ଚଳରେ କରୋନା ସଂକ୍ରମଣ କମିପାରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ