ଅତିରିକ୍ତ ଏସ୍ପି ଠାକୁର ପ୍ରସାଦଙ୍କ ଦାୟିତ୍ୱ ଗ୍ରହଣ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ଗଂଜାମ ପୁଲିସ ଜିଲ୍ଲାର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଭାବେ ଠାକୁର ପ୍ରସାଦ ପାତ୍ର ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବରୁ ସେ ଗଜପତି ଜିଲ୍ଲା ଏସ୍ଡିପିଓ ଭାବେ କାର୍ଯ୍ୟ କରୁଥିଲେ । ଶ୍ରୀ ପାତ୍ର ୧୯୮୫ ମସିହାରେ ଏହି ବିଭାଗରେ ଚାକିରି ଜୀବନ ଆରମ୍ଭ କରିଥିଲେ । ବ୍ରହ୍ମପୁର, ଗଂଜାମ, ବରଗଡ, ରାଉରକେଲା, ସୁନ୍ଦରଗଡ, ସମ୍ବଲପୁର ପୁଲିସ ଜିଲ୍ଲା ଏବଂ ଜିଆରପିରେ କାର୍ଯ୍ୟ କରିଛନ୍ତି । ଶ୍ରୀ ପାତ୍ର ଆଜି ଦାୟିତ୍ୱ ଗ୍ରହଣ କରିବା ପରେ ଗଂଜାମ ଏସ୍ପିଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ଆଇନଶୃଙ୍ଖଳା ପରିସ୍ଥିତିକୁ ସଦୃଢ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବି ବୋଲି କହିଛନ୍ତି ।