ଅତିରିକ୍ତ ଜିଲ୍ଲାପାଳଙ୍କ ଅଙ୍ଗନୱାଡ଼ି କେନ୍ଦ୍ର ପରିଦର୍ଶନ: ତିନି ଜଣଙ୍କୁ କାରଣ ଦର୍ଶାଅ
ଯାଜପୁର,(ଯୁଗାବ୍ଦ ନ୍ୟୁଜ୍) : ଯାଜପୁର ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି ଗତ ସୋମବାର ଦିନ ଦଶରଥପୁର ବ୍ଲକ୍ ଅନ୍ତର୍ଗତ ବାମଦେବପୁର, ଛତ୍ରପଡ଼ା, ପଂଚୁପୁର ଏବଂ ବାବଲପୁର–୧ ଅଙ୍ଗନୱାଡ଼ି କେନ୍ଦ୍ର ପରିଦର୍ଶନ କରିଛନ୍ତି । ପରିଦର୍ଶନ ସମୟରେ ବାମଦେବପୁର, ପଂଚୁପୁର ଏବଂ ଛତ୍ରପଡ଼ା ଅଙ୍ଗନୱାଡ଼ି କେନ୍ଦ୍ରରେ ସଂପୃକ୍ତ ଅଙ୍ଗନୱାଡ଼ି କର୍ମୀଙ୍କ କାର୍ଯ୍ୟରେ ଅବହେଳା ଜନିତ ତ୍ରୁଟି ପରିଲିକ୍ଷିତ କରି ଏହା ଉପରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଏବଂ ଜିଲ୍ଲାପାଳ ବାମଦେବପୁର ଏବଂ ପଂଚୁପୁର କେନ୍ଦ୍ରର ଅଙ୍ଗନୱାଡ଼ି କର୍ମୀଙ୍କ ଦରମା ବନ୍ଦ କରିବା ସହିତ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ଓ ତତ୍ ସହିତ ଛତ୍ରପଡ଼ା ଅଙ୍ଗନୱାଡ଼ି କର୍ମୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ଏତଦ୍ବ୍ୟତୀତ ସଂପୃକ୍ତ ଦଶରଥପୁର ସୁପରଭାଇଜରଙ୍କୁ ଆବଶ୍ୟକୀୟ ତଦାରଖ ରେ ଅବହେଳା କରିଥିବାରୁ ମଧ୍ୟ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ତତ୍ ସହିତ ଦଶରଥପୁର ବ୍ଲକ୍ କୁ ଛତୁଆ ଯୋଗାଉଥିବା ଝାଡ଼ଗାଁରେ ଥିବା ସାଇ ସୁଦ୍ଧା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ଛତୁଆ ଉତ୍ପାଦନ କେନ୍ଦ୍ରକୁ ମଧ୍ୟ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହାନ୍ତି ପରିଦର୍ଶନ କରି ଛତୁଆର ମାନ ଯାଂଚ କରିଛନ୍ତି ।