ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ସମ୍ବର୍ଦ୍ଧନା
ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) :ଭଣ୍ଡାରିପୋଖରୀ ବ୍ଲକ ଶିକ୍ଷା ବିଭାଗ ଅଧିନ ରାଜେନ୍ଦ୍ରପୁର ଆଞ୍ଚଳିକ ସାଧନ କେନ୍ଦ୍ର ପକ୍ଷରୁ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଦୀପକ କୁମାର ପାଢୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏଠାରେ ସୂଚିତ ଶ୍ରୀଯୁକ୍ତ ପାଢ଼ୀ ଭଣ୍ଡାରିପୋଖରୀ ବ୍ଲକ ଶିକ୍ଷା ଅଧିକାରୀ ଭାବେ ଦୀର୍ଘ୫ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରିଥିବା ବେଳେ ତାଙ୍କ ସମୟରେ ଅନେକ ବିଦ୍ୟାଳୟର ଶୈକ୍ଷିକ ଓ ଗୁଣାତ୍ମକ ଶିକ୍ଷାର ଉନ୍ନତି ସାଧନ ହୋଇପାରିଥିଲା । ଏହାଛଡା ବିଦ୍ୟାଳୟ ଭିତ୍ତିଭୂମି ବିକାଶ ଦିଗରେ ଶ୍ରୀ ପାଢ଼ୀଙ୍କ ଅବଦାନ ଅବର୍ଣ୍ଣନୀୟ ଅଟେ। ଜଣେ ସ୍ୱଚ୍ଛ ଓ ନିର୍ମଳ ଭାବମୂର୍ତ୍ତି ସମ୍ପନ୍ନ ଅଧିକାରୀ ଭାବେ ସେ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ଅଭିଭାବକ ଓ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ମହଲରେ ବେଶ ଆଦୃତ ହୋଇପାରିଥିଲେ । ଚଳିତ ବର୍ଷ ତାଙ୍କ କାର୍ଯ୍ୟ ଦକ୍ଷତାକୁ ଆଧାର କରି ରାଜ୍ୟ ସରକାର ତାଙ୍କୁ ଭଦ୍ରକ ଜିଲ୍ଲା ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଭାବେ ଅବସ୍ଥାପିତ କରିଛନ୍ତି । ଏହି ଅବସରରେ ଶ୍ରୀ ପାଢ଼ୀ ଭଣ୍ଡାରିପୋଖରୀ ଗସ୍ତ କରିଥିବା ବେଳେ ଆଞ୍ଚଳିକ ସାଧନ କେନ୍ଦ୍ର ପକ୍ଷରୁ ସିଆରସିସି କୈଳାସ ଚନ୍ଦ୍ର ସାମଲଙ୍କ ସଂଯୋଜନାରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ତାଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏଥିରେ ବିଇଓ ମଂଜୁବାଳା ନାୟକ, ଏବିଓ ଉମେଶ ଚନ୍ଦ୍ର ଜେନା, ଅକ୍ଷୟ କୁମାର ଜେନା, ମଞ୍ଜୁଳା ନାୟକ, ଅଶୋକ ରାଉତ, ଝୁନାରାଣୀ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।