ଅତିରିକ୍ତ ତହସିଲଦାରଙ୍କୁ ଆକ୍ରମଣ ଘଟଣା : ମାଫିଆ ଖସିଲେ ସମର୍ଥକ ଫସିଲେ

ଗଂଜାମ, (ବିନୋଦ ପଲାଇ) :-ଗତ କାଲି ବେଆଇନ ବାଲି ଚାଲାଣ ବେଳେ ଆକ୍ରମଣର ଶିକାର ହୋଇଥିବା ଅତିରିକ୍ତ ତହସିଲଦାରଙ୍କୁ ତହସିଲ କାର୍ଯ୍ୟାଳୟର ପ୍ରାୟୋଜିତ ଷଡ଼ଯନ୍ତ୍ର ବୋଲି ଅନୁସନ୍ଧାନରୁ ଜଣା ପଡ଼ିଛି । ସରକାରୀ କାର୍ଯ୍ୟରତ ସମୟରେ ଅତିରିକ୍ତ ତହସିଲଦାର ସମେତ ତିନି ଜଣ ରାଜସ୍ୱ ନିରୀକ୍ଷକଙ୍କୁ ମାରଣାତ୍ମକ ଆକ୍ରମଣ ଘଟଣାକୁ ନେଇ ସମଗ୍ର ଗଞ୍ଜାମ ବ୍ଲକରେ କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ଜିଲ୍ଲା ପ୍ରଶାସନ ପାଇଁ ଏହା ଚ୍ୟାଲେଞ୍ଜ ଦେଖା ଦେଇଛି । ଘଟଣା ଘଟିବାର ୪୮ଘଣ୍ଟା ବିତିଯାଇଥିଲେ ମଧ୍ୟ ଉଭୟ ଅଧିକାରୀଙ୍କୁ ଆକ୍ରମଣ ଘଟଣାର ପରଦା ପଛରେ ଥିବା ବାଲି ମାଫିଆମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇ ନାହିଁ । ଏପରିକି ଆକ୍ରମଣ ଘଟଣାରେ ପରୋକ୍ଷରେ ଜଡିତ ଥିବା ବାଲି ମାଫିଆମାନେ ତାଙ୍କ ସମର୍ଥକମାନଙ୍କୁ କିପରି କୋହଳ ଦଫା ଲାଗିବ ସେନେଇ ତହସିଲ କାର୍ଯ୍ୟାଳୟରେ ପଡ଼ି ରହିଥିବା ଦେଖିବାକୁ ମିଳିଛି । ପ୍ରଶାସନ ପକ୍ଷରୁ ବାଲି ମାଫିଆମାନଙ୍କ ଉପରେ କୌଣସି କୋପ ଦୃଷ୍ଟି ନଥିବାରୁ ଏହା ପଛରେ କାହାର ଆର୍ଶୀବାଦ ଅଛି ବୋଲି ସାଧାରଣ ଆଲୋଚନା ହେଉଛି । ଏହିପରିକି ଖୋଦ ତହସିଲଦାର ବାଲି ମାଫିଆମାନଙ୍କ ଉପରେ ଏପର୍ଯ୍ୟନ୍ତ କୋୖଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଗ୍ରହ ଦେଖାଉ ନଥିବା ପରିଲକ୍ଷିତ ହୋଇଅଛି । ପୋଲିସ ଘଟଣାକୁ ଗୁରୁତର ସହ ନେଇ ସମସ୍ତ ଘଟଣାର ତଦନ୍ତଭାର ଛତ୍ରପୁର ଏସ.ଡ଼ି. ପିଓଙ୍କ ଉପରେ ନ୍ୟସ୍ତ କରିଥିବା ବେଳେ ରାଜସ୍ୱ ବିଭାଗ ପକ୍ଷରୁ କୌଣସି ତତ୍ପରତା ଦେଖା ଦେଇନି ।ତେବେ ପରଦା ପଛରେ ଥିବା ମାଫିଆମାନେ ତହସିଲ କାର୍ଯ୍ୟାଳୟ ନିକଟରେ ଥିଲେ ମଧ୍ୟ ସେହି ମାନଙ୍କୁ ଚିହ୍ନଟ କରିବାକୁ କୋଣ୍ଠାବଦ୍ଧ କରୁଛନ୍ତି । ବାଲି ମାଫିଆମାନେ ତହସିଲ କାର୍ଯ୍ୟାଳୟର ଜଣେ ବଡ ବାବୁଙ୍କର ଛତ୍ରଛାୟା ତଳେ ରହି ଚୋରା ବାଲି ଚାଲାଣ ସାମ୍ରାଜ୍ୟ ଦିନକୁ ଦିନ ବୃଦ୍ଧି କରିବାରେ ଲାଗିଛନ୍ତି । ଏକ୍ଷେତ୍ରରେ ଅଧିନସ୍ଥ କର୍ମଚାରୀମାନେ ଅସହାୟ ମଣି ନିରବଦଷ୍ଟା ରହୁଛନ୍ତି । ଯାହାକି ଗଞ୍ଜାମ ବ୍ଲକରୁ କୋଟି କୋଟି ଟଙ୍କାର ଖଣିଜଲଘୁ ଦ୍ରବ୍ୟ ଚୋରା ଚାଲାଣ ହେଉଛି ।ଏବଂ ପ୍ରଶାସନ କୋଟି କୋଟି ଟଙ୍କାର ରାଜସ୍ୱ କ୍ଷତି ସହୁଛି ।ବିଗତ ଦୁଇ ବର୍ଷ ମଧ୍ୟରେ ଗଞ୍ଜାମ ବ୍ଲକରୁ ଶହ ଶହ ଟ୍ରକ ଆନ୍ଧ୍ରକୁ ବାଲି ଚାଲାଣ ହେଉଥିବା ଏକ୍ଷେତ୍ରରେ ବାଲି ମାଫିଆ ରାଜସ୍ୱ ବିଭାଗ କର୍ମଚାରୀମାନେ ମୋଟା ଅଙ୍କର ଅର୍ଥ ପାଇ ମାଲାମାଲ ହେଉଛନ୍ତି । ଗତ ଦୁଇ ବର୍ଷ ମଧ୍ୟରେ ବାଲି ଚୋରା ଚାଲାଣରେ ଦୁଇ ଶହରୁ ଉର୍ଦ୍ଧ୍ବ ଟ୍ରକ ଓ ଜେସିବି ଜବତ ହୋଇଥିବା ବେଳେ ପାଖା ପାଖି ଏକ କୋଟି ଟଙ୍କାର ଜୋରିମାନା ଆଦାୟ ହୋଇଛି । ଏପରି ସତ୍ତ୍ୱେ ବାଲି ମାଫିଆ ଓ ଚୋରା ବାଲି ଚାଲାଣ ଚାଲୁ ରହିଛି ।ଏହିପରି ଗତ ଚାରି ମାସ ପୂର୍ବେ ଗଞ୍ଜାମ ବ୍ଲକର ମଲାଡ଼ ରାଜସ୍ୱ ସର୍କଲ ଅଂଚଳରୁ ୮୦ରୁ ଉର୍ଦ୍ଧ୍ବ ଟିପର ଯୋଗେ ରାତା ରାତି ବାଲି ଚାଲାଣ ଆନ୍ଧ୍ରକୁ ହେଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୂଲାଙ୍ଗେ ରାତି ଅଧିଆ ମିଡ ନାଇଟ ଅପରସେନ କରି ୫୬ଟି ଟିପର ଓ ୧୮ଟି ଜେସିବି ଜବତ କରିଥିଲେ ।ଏବଂ ଲକ୍ଷାଧିକ ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା ।ତଥାପି ଗଞ୍ଜାମ ବ୍ଲକରୁ ବାଲି ଚୋରା ଚାଲାଣ ବନ୍ଦ ହେବାର ନା ଧରୁନି ।ତହସିଲ କାର୍ଯ୍ୟାଳୟ ପ୍ରୋତ୍ସାହନ ହୋଇ ବ୍ଳକରୁ କୋଟି କୋଟି ଟଙ୍କାର ଲଘୁ ଖଣିଜଦ୍ରବ୍ୟ ଚୋରା ଚାଲାଣ ମୁଖ୍ୟ କାରଣ ।ଲଘୁ ଖଣିଜ ଦ୍ରବ୍ୟ ଖୋଲୁମଖୋଲା ଚୋରା ଚାଲାଣ ହେଉଥିଲେ ମଧ୍ୟ ବିଗତ ଦୁଇ ବର୍ଷ ମଧ୍ୟରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କୌଣସି ଦୃଷ୍ଟାନୁମୂଳକ କାର୍ଯ୍ୟାନୁଷ୍ଠାନ ହୋଇ ନଥିବା ଦେଖିବାକୁ ମିଳିଛି ।ସମ୍ପୃକ୍ତ ଅଧିକାରୀଙ୍କ ପଛରେ ବଡ଼ ବଡ଼ ଅଧିକାରୀଙ୍କ ଓ କିଛି ରାଜନେତାଙ୍କ ଆର୍ଶୀବାଦ ରହିଛି ଭିଜିଲାନ୍ସ ବିଭାଗ ପକ୍ଷରୁ ତଦନ୍ତ କଲେ ସମସ୍ତ ତଥ୍ୟ ଲୋକଲୋଚନକୁ ଆସିବ ଓ ରାଜ୍ୟ ସରକାର ଲଘୁ ଖଣିଜଦ୍ରବ୍ୟ ବାବଦରେ କୋଟି କୋଟି ଟଙ୍କାର ରାଜସ୍ୱ ପାଇବେ । ଅନ୍ୟପଟେ ଗଞ୍ଜାମ ଥାନା ପକ୍ଷରୁ କେଶ ନମ୍ବର ୬୯/୨୨ ମକଦ୍ଦମା ରୁଜୁ କରାଯାଇ ଚାରିଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ସେହିପରି ରାଜସ୍ୱ ନିରୀକ୍ଷକ କ୍ଷେତ୍ର ସଙ୍ଘ ପକ୍ଷରୁ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବି ନେଇ ତହସିଲଦାର ଓ ପ୍ରଶାସନକୁ ଭେଟିଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ