ଅତିରିକ୍ତ ନିର୍ଦ୍ଦେଶିକାଙ୍କ ନରେନ୍ଦ୍ରପୁର କଲେଜ ପରିଦର୍ଶନ
ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ଉପକଣ୍ଠରେ ଅବସ୍ଥିତ ନରେନ୍ଦ୍ରପୁରରେ ଅବସ୍ଥାପିତ କ୍ଷେତ୍ରମୋହନ ବିଜ୍ଞାନ ମହାବିଦ୍ୟାଳୟ ରେ ଚାଲିଥିବା ଛାତ୍ରୀ ଆତ୍ମ ସୁରକ୍ଷା କୈଶଳ ପ୍ରଶିକ୍ଷଣ ଶିବିର ପରିଦର୍ଶନ ରାଜ୍ୟ ସରକାର ଙ୍କ ସମ୍ପୃକ୍ତ ବିଭାଗୀୟ ଅତିରିକ୍ତ ନିର୍ଦ୍ଦେଶିକା ଡ଼ ବିଜୟା ପାତ୍ର ଆସି ଶିବିରାର୍ଥୀ ମାନଙ୍କ ସହ ମତ ବିନିମୟ କରିବା ସହିତ ସାମ୍ପ୍ରତିକ ପ୍ରେକ୍ଷାପଟରେ ଏହାର ଉପାଦେୟତା ସମ୍ପର୍କରେ ଛାତ୍ରୀ ମାନଙ୍କୁ ସମ୍ମୋଧିତ କରିଥିଲେ। ନିର୍ଦ୍ଦେଶିକା ଙ୍କ ଏହି ପରିଦର୍ଶନ ସମୟରେ +୨ ଅଧ୍ୟକ୍ଷ ଡ଼ ପ୍ରଫୁଲ୍ଲ କୁମାର ପାଳ,+୩ ଅଧ୍ୟକ୍ଷ ଭୂପତି ସାହୁ ଙ୍କ ସମେତ ଉଦ୍ଭିଦ ବିଜ୍ଞାନ ବରିଷ୍ଠ ପ୍ରାଧ୍ୟାପକ ଡ଼ ସତୀଶ ପ୍ରସାଦ ନାୟକ , ଶିବିର ସଂଯୋଜିକା ସୁଶ୍ରୀ ସୈମାଶ୍ରୀ ନନ୍ଦି , ଡ଼ ହୃଷିକେଶ ପଣ୍ଡା ,ଯୁବ ରେଡକ୍ରସ୍ ସଂଯୋଜକ ପ୍ରଶାନ୍ତ କୁମାର ନାୟକ ଓ ଦୁଇ ପ୍ରଶିକ୍ଷିକା ପୂଜା ରାଣୀ ଦାସ,ଭାରତୀ ଗୈାଡ଼ ଉପସ୍ଥିତ ଥିଲେ। ମହାବିଦ୍ୟାଳୟ ପକ୍ଷରୁ ଅଧ୍ୟକ୍ଷ ଡ଼ ପାଳ ଅତିରିକ୍ତ ନିର୍ଦ୍ଦେଶିକାଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ।


