ଅତିରିକ୍ତ ପ୍ରମୁଖ ନିର୍ବାଚନ ଅଧିକାରୀଙ୍କ ହିଂଜିଳି ଗସ୍ତ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଆସନ୍ତା ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନ ୨୦୨୨ ସକାଶେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନ ବିଭିନ୍ନ ରାଜନୈତିକ ଦଳ ସହିତ ନିର୍ବାଚନ ସଂକ୍ରାନ୍ତରେ ବିଚାର ବିମର୍ଷ କରିଥିଲେ । ମୁଖ୍ୟତଃ ଚଳିତ ମାସ ୧ ତାରିଖ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ନୂତନ ଭୋଟର ସଂଯୋଗୀକରଣ, ସଂଶୋଧନ, ମୃତ ଓ ସ୍ଥାନାନ୍ତରିତ ଭୋଟରଙ୍କ ନାମ ବାଦ ଦେବା ପାଇଁ ବୁଥ ଲେବଲ ଅଧିକାରୀ ଓ ଅନ୍ୟାନ କର୍ମଚାରୀଙ୍କୁ ତାଲିମ ପ୍ରଦାନ କରାଯାଇଛି । ଏହି କ୍ରମରେ ଫଟୋ ଭୋଟର ତାଲିକା ସଂକ୍ଷିପ୍ତ ସଂଶୋଧନ ପାଇଁ ଏକ ସ୍ୱତନ୍ତ୍ର ଶିବିର ମାଧ୍ୟମରେ ଅଧିକ ସଚେତନତା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି । ଚଳିତ ମାସର ୭ ଓ ୨୧ ତାରିଖରେ ସ୍ୱତନ୍ତ୍ର ଅଭିଯାନ ଜରିଆରେ ସଂକ୍ଷିପ୍ତ ସଂଶୋଧନ ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ରାଜ୍ୟର ସମସ୍ତ ଉପଖଣ୍ଡ ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ରବିବାର ଅତିରିକ୍ତ ପ୍ରମୁଖ ନିର୍ବାଚନ ଅଧିକାରୀ ରାଜ୍ୟ ସରକାରଙ୍କ ଅତିରିକ୍ତ ସଚିବ ଶତୃଘନ କର ନିର୍ବାଚନ ପ୍ରସ୍ତୁତି ସଂକ୍ରାନ୍ତରେ ତଦାରଖ କରିବା ପାଇଁ ହିଞ୍ଜିଳି ଗସ୍ତ କରିଛନ୍ତି । ଅତିରିକ୍ତ ପ୍ରମୁଖ ନିର୍ବାଚନ ଅଧିକାରୀ ଶ୍ରୀ କର ହିଞ୍ଜିିଳିକାଟୁ ବ୍ଳକ କାର୍ଯ୍ୟାଳୟରେ ପଂହଚି ବିଡ଼ିଓଙ୍କ ସହ ଭୋଟର ତାଲିକା କାର୍ଯ୍ୟକ୍ରମ ନେଇ ଆଲୋଚନା କରିଥିଲେ । ମୁଖ୍ୟତଃ ଯେଉଁ ଭୋଟର ମାନେ ପଞ୍ଜିକରଣ ସମ୍ପନ୍ଧରେ ଅନଭିଜ୍ଞ ଥିବେ କିମ୍ବା ସଚେତନ ଅଭାବରୁ ବଂଚିତ ହୋଇଥିବେ ବୁଥସ୍ତରୀୟ ଅଧିକାରୀ ମାନେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ଦିବସରେ ନିର୍ଦ୍ଧାରିତ ଫର୍ମ ନେଇ ଭୋଟରଙ୍କୁ ତାଲିକାରେ ସୁନିଶ୍ଚିତ କରାଇବା ପାଇଁ ଗୁରୁତ୍ୱାରୋପ କରିଥିଲେ । ପରେ ସ୍ଥାନୀୟ ବ୍ନକର ଭାବନ୍ଧ, କଂଚୁରୁ, ଗଣ୍ଡଳା ଓ ପରେ ପୌରାଂଚଳର ବିଭିନ୍ନ ବୁଥ ବୁଲି ତଦାରଖ କରି ଆବଶ୍ୟକ କାର୍ଯ୍ୟକାରିତା ସର୍ମ୍ପକରେ ପରାମର୍ଶ ଦେଇଥିଲେ । ଅତିରିକ୍ତ ପ୍ରମୁଖ ନିର୍ବାଚନ ଅଧିକାରୀ ଶ୍ରୀ କରଙ୍କ ସହ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ)ପ୍ରିୟରଞ୍ଜନ ପୃଷ୍ଟି, ଉପଜିଲ୍ଲାପାଳ ନିଳମାଧବ ଭୋଇ, ତହସିଲଦାର ପ୍ରଭାତ କୁମାର ପରିଡ଼ା, ବିଡ଼ିଓ ସୁବ୍ରତ କୁମାର ଜେନା, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ମନୋରଂଜନ ସାହୁ, ଜିପିଇଓ ପ୍ରଶାନ୍ତ କୁମାର ରଥ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ