ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଗଞ୍ଜାମ ଜିଲ୍ଲା ଗସ୍ତ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଗଞ୍ଜାମ ଜିଲ୍ଲାରେ ଭୋଟର ତାଲିକାର ସ୍ବତନ୍ତ୍ର ନିର୍ଭୁଲ ସଂ‌ଶୋଧନ କାର୍ଯ୍ୟ ଚାଲିଛି । ସାଧାରଣ ନିର୍ବାଚନ ୨୦୨୪ ପୂର୍ବରୁ ଶେଷ ଥର ପାଇଁ ଭୋଟର ତାଲିକା ସଂଶୋଧନ ଯେପରି ତୃଟିଶୂନ୍ୟ ରହିବ ସେଥି ସକେଶେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତୃଘ୍ନ କର ଗଞ୍ଜାମ ଜିଲ୍ଲାକୁ ଦୁଇ ଦିନିଆ ଗସ୍ତରେ ଆସି ସଂଶୋଧନ ପ୍ରକ୍ରିୟା କାର୍ଯ୍ୟର ସମୀକ୍ଷା କରିଛନ୍ତି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଓସ୍ବାନ ଦ୍ବାରା ଅନୁଷ୍ଠିତ ହୋଇ ଯାଇଛି । ଓଡିଶା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ ମୁତାବକ ନିର୍ବାଚନ ପୂର୍ବବର୍ତ୍ତି ସଂଶୋଧନ ପ୍ରକ୍ରିୟା ଯେପରି ସଠିକ୍ ହେବ ସେଥି ସକାଶେ ଜିଲ୍ଲାପାଳ ଶ୍ରୀ ପରିଡା ଗୁରୁତ୍ବ ଦେଇଛନ୍ତି । ଜିଲ୍ଲାର ସମସ୍ତ ଭୋଟର ପଞ୍ଜିକରଣ ଅଧିକାରୀ ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀଗଣ ଏହି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକୁ ସଠିକ ଭାବରେ ପରିଚାଳନା କରିବା ନିମନ୍ତେ ଶ୍ରୀ କର ଉପଦେଶ ପ୍ରଦାନ କରିଥିଲେ । ଜିଲ୍ଲାର ସମସ୍ତ ଭୋଟଦାତା ମାନଙ୍କର ନାମ ଯେମିତି ନିର୍ଭୁଲ ରହି ଭୋଟର ତାଲିକା ପ୍ରକାଶନ ହେବ ଏବଂ ୧୮ ବର୍ଷ ବୟସର ସମସ୍ତ ଯୁବକଙ୍କ ନାମ ଯେମିତି ଏହି ତାଲିକାରୁ ବାଦ୍ ଯିବ ନାହିଁ ସେଥି ସକାଶେ ପ୍ରଶାସନ ପକ୍ଷରୁ ପ୍ରଚେଷ୍ଟା ଚାଲିଛି । ଭୋଟରତାଲିକାରେ କୌଣସି ମୃତ ବ୍ୟକ୍ତିଙ୍କ ନାମ ଯେମିତି ନରହି ନିର୍ଭୁଲ ଭୋଟର ତାଲିକା ପ୍ରକାଶନ ହେବ ସେ ଦିଗରେ ତୁହାକୁ ତୁହା ବୈଠକ କରି ଆଲୋଚନା ସହିତ ସମୀକ୍ଷା ଚାଲିଛି । ଯେଉଁ ଯୁବକ ମାନଙ୍କ ବୟସ ୧୭ ବର୍ଷସେମାନେ ଯେମିତି ଅଗ୍ରିମ ନିର୍ଦ୍ଧାରିତ ଫର୍ମ ପୂରଣ କରି ପଞ୍ଜିକରଣ କରାଇବେ ସେଥି ସକାଶେ ମଧ୍ୟ ଗୁରୁତ୍ବ ଦିଆ ଯାଉଥିବା ନିର୍ବାଚନ ପରିଚାଳନା ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ଅବଗତ କରାଇଛନ୍ତି । ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ କର ଦୁଇ ଦିନିଆ ଗସ୍ତ କାର୍ଯ୍ୟକ୍ରମରେ ଆସି ସମୀକ୍ଷା ବୈଠକରେ ଯୋଗଦେବା ସହିତ ସ୍ବତନ୍ତ୍ର ପ୍ରଚାର ଦିବସରେ ଭୋଟ ଗ୍ରହଣ କେନ୍ଦ୍ର ଗୁଡିକୁ ଦ୍ବିତୀୟ ଦିନରେ ଗସ୍ତ କରି ବୁଥ୍ ସ୍ତରୀୟ ଅଧିକାରୀ ମାନଙ୍କ ସହିତ ସଂଶୋଧନ ପ୍ରକ୍ରିୟା ସମ୍ପର୍କରେ ଆଲୋଚନା କରିଛନ୍ତି । ଛତ୍ରପୁର, ଖଲ୍ଲିକୋଟ ଓ ଗୋପାଳପୁର ନିର୍ବାଚନ ମଣ୍ଡଳୀର କେତେକ ବୁଥ୍କୁ ଅଚାନକ ଗସ୍ତ କରି ଏହି ପ୍ରକ୍ରିୟା ସଠିକ୍ ଚାଲୁଥିବା ଦେଖି ସନ୍ତୋଷ ପ୍ରକାଶ କରିଥିଲେ । ଏତଦ୍ ବ୍ଯତୀତ ଭୋଟ ଗ୍ରହଣ କେନ୍ଦ୍ର ଗୁଡିକ ପରିଦର୍ଶନ କରି କେନ୍ଦ୍ର ଗୁଡିକରେ ଭୋଟ ସଂଗ୍ରହ ନିମନ୍ତେ ଯେଉଁ ସବୁ ବ୍ୟବସ୍ଥା ରହିବା କଥା ସେସବୁ ସଠିକ୍ ରହିଛି ନା ନାହିଁ ତାହା ଯାଂଚ୍ କରିଥିଲେ ।ତାଙ୍କର ଏହି ଗସ୍ତ ସମୟରେ ସମସ୍ତ ନିର୍ବାଚନ ପରିଚାଳନା ଅଧିକାରୀ ତଥା ସମସ୍ତ ଉପଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ଏବଂ ସଂପୃକ୍ତ ଅଧିକାରୀ ଏବଂ କର୍ମଚାରୀଗଣ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ