ଅତିରିକ୍ତ ସଚିବଙ୍କ ପଛୁଆବର୍ଗ ସର୍ଭେ କେନ୍ଦ୍ର ପରିଦର୍ଶନ
ବନ୍ତ, (ଚାନ୍ଦିନୀ ମହାନ୍ତି):ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ସାରା ରାଜ୍ୟରେ ମଇ ୧ ଠାରୁ ପଛୁଆବର୍ଗ ଲୋକମାନଙ୍କର ସାମାଜିକ ଓ ଶିକ୍ଷାଗତ ସର୍ଭେ କାର୍ଯ୍ୟଜାରି ଥିବା ବେଳେ ବନ୍ତ ବ୍ଲକର ୭୮ କେନ୍ଦ୍ରରେ ସର୍ଭେ ଜାରି ରହିଛି । ଏହି ଅବସରରେ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ତଥା ଏସିବିସି ସର୍ବେକ୍ଷଣର ବନ୍ତ ବ୍ଲକ ପରିଦର୍ଶକ ଦେବବ୍ରତ ମଲ୍ଲିକ ବ୍ଲକ ଗ୍ରସ୍ତରେ ଆସି ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିବା ସହ କେତେକ ପଛୁଆବର୍ଗ ସର୍ଭେ କେନ୍ଦ୍ର ପରିଦର୍ଶନ କରି ସର୍ଭେ କାର୍ଯ୍ୟ ଅନୁଧ୍ୟାନ କରିଥିଲେ । ବନ୍ତ, ବସନ୍ତିଆ ଓ ରାମଚନ୍ଦ୍ରପୁର ପଞ୍ଚାୟତର ବିଭିନ୍ନ ସର୍ଭେ କେନ୍ଦ୍ରକୁ ଯାଇ ସର୍ବେକ୍ଷଣ ଅଧିକାରୀ ଓ ସୁପରଭାଇଜର ଦ୍ୱାରା କରାଯାଉଥିବା ସର୍ଭେ କାର୍ଯ୍ୟ ପଚାରି ବୁଝିଥିଲେ । ଗ୍ରସ୍ତ ବେଳେ ବିଡିଓ ପ୍ରଦୀପ କୁମାର ସେଠୀ, ମହିଳା ଶିଶୁ କଲ୍ୟାଣ ବିଭାଗର ସୁପରଭାଇଜର୍ ରେଖା ନାୟକ, ସୁଶ୍ରୀ ସଙ୍ଗୀତା ନାୟକ ଉପସ୍ଥିତ ଥିଲେ ।