ଅତିରିକ୍ତ ସଚିବଙ୍କ ବିଭିନ୍ନ +୨ ପରୀକ୍ଷା କେନ୍ଦ୍ର ପରିଦର୍ଶନ

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ଆଲୋକ କୁମାର କର ବୁଗୁଡା ବ୍ଲକର ୪ ଟି ଯୁକ୍ତ ଦୁଇ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଥିବା ଜଣାପଡିଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ ଦୁଇ ପରୀକ୍ଷା ଚାଲିଥିବା ବେଳେ ଅତିରିକ୍ତ ସଚିବ ଆଲୋକ କୁମାର କର ଅଚାନକ ବୁଗୁଡା ବ୍ଲକର ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବୁଗୁଡା ପିପୁଲସ କଲେଜ, ବୁଗୁଡା ବଳଦେବ ଜୀଉ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଓ ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଥିଲେ । ଆଡ଼ିସିନାଲ ସେକ୍ରେଟାରୀ ଶ୍ରୀ କର ପ୍ରଥମେ ବୁଗୁଡା ବିଇଓ ଅଫିସରେ ପହଞ୍ଚିଥିଲେ । ସେଠାରୁ ଶ୍ରୀ କରଙ୍କ ସହ ବୁଗୁଡା ବିଇଓ ପ୍ରଶନ କୁମାର ବେହେରା ବୁଗୁଡା ବ୍ଲକର ଉପରୋକ୍ତ ଚାରି ଗୋଟି ଯୁକ୍ତ ଦୁଇ ପରୀକ୍ଷା କେନ୍ଦ୍ରକୁ ଯାଇଥିଲେ। ବୁଗୁଡା ବ୍ଲକ ବ୍ୟତୀତ ବେଳଗୁଣ୍ଠା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ର ଯୁକ୍ତ ଦୁଇ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଥିଲେ। ଭଞ୍ଜନଗରରେ ବିଇଓ ଏ.ଧନଞ୍ଜୟ ଅତିରିକ୍ତ ସଚିବ ଶ୍ରୀ କରଙ୍କ ସହ କେ.ଏସ.ୟୁ.ବି.କଲେଜ ଯୁକ୍ତ ଦୁଇ ପରୀକ୍ଷା କେନ୍ଦ୍ରକୁ ଯାଇଥିଲେ। ସମସ୍ତ ପରୀକ୍ଷା କେନ୍ଦ୍ରରେ ଶାନ୍ତି ଶୃଙ୍ଖଳା ସହ ପରୀକ୍ଷା ଚାଲିଥିବା ଦେଖି ସନ୍ତୋଷ ପ୍ରକାଶ କରିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ