ଅତିରିକ୍ତ ସମାଜ କଲ୍ୟାଣ ଅଧିକାରୀଙ୍କୁ ବିଦାୟ ସମ୍ୱର୍ଦ୍ଧନା
ଯାଜପୁର-: ଯାଜପୁର ଜିଲ୍ଲା ସମାଜ କଲ୍ୟାଣ ବିଭାଗର ଅତିରିକ୍ତ ସମାଜ କଲ୍ୟାଣ ଅଧିକାରୀ ମିହିର କୁମାର ମହାପାତ୍ର ଓ ବଡଚଣା ସି.ଡି.ପି.ଓ. କୁସୁମ ମହାରଣାଙ୍କୁ ବିଦାୟ କାଳୀନ ସମ୍ୱର୍ଦ୍ଧନା ପ୍ରଦାନ କରାଯାଇଚ୍ଥି । ସର୍କିଟ ହାଉସ ଠାରେ ଆୟୋଜିତ ବିଦାୟ କାଳୀନ ସମ୍ୱର୍ଦ୍ଧନା ପ୍ରଦାନ କରାଯାଇଚ୍ଥି । ସର୍କିଟ ହାଉସ ଠାରେ ଆୟୋଜିତ ବିଦାୟକାଳୀନ ସମ୍ୱର୍ଦ୍ଧନାରେ ଜିଲ୍ଲାପାଳ ରଂଜନ କୁମାର ଦାସ ଯୋଗଦେଇ ଉଭୟ ଅବସରପ୍ରାପ୍ତ ବ୍ୟକ୍ତିଙ୍କର ଦୀର୍ଘ ନିରାମୟ ଓ ସୁସ୍ଥ ଭବିଷ୍ୟତ କାମନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି , ସମାଜ କଲ୍ୟାଣ ଅଧିକାରୀ ବିଜୟଲକ୍ଷ୍ମୀ ପଣ୍ଡା, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା ମଙ୍ଗଳ ଅଧିକାରୀ ଚେତନା ସେଠୀ, ସହକାରୀ ଜିଲ୍ଲାପାଳ ତିଳୋତ୍ତମା ପୃଷ୍ଟି, ସମସ୍ତ ସି.ଡି.ପି.ଓ., ସୁପରଭାଇଜର ଓ ଅନ୍ୟାନ୍ୟ କର୍ମଚାରୀ ମାନେ ଏଥିରେ ଯୋଗ ଦେଇଥିଲେ ।


