ଅତି ଗରିବଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ବର୍ତ୍ତମାନ ସାରା ବିଶ୍ୱ ରେ” କରୋନା ” ମହାମାରୀ ନିଜର କାୟା ବିସ୍ତାର କରିଥିବାବେଳେ, ଏହାର ପ୍ରଭାବରେ ଦିଲ୍ଲୀରୁ ପଲ୍ଲୀ ପର୍ଯ୍ୟନ୍ତ ସବୁଠି ଭୟଙ୍କର ପରିସ୍ଥିତି ସୃଷ୍ଟି ହେକ୍ଷଇଛି lଏହି ସମୟରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାଉଁଶଲୁଣ୍ଡି ଗ୍ରାମର କିଛି ଗରିବ ଓ ବେସାହାରା ଲୋକେ ଲକ୍ ଡାଉନ୍ ପାଇଁ ଅସହାୟ ଅବସ୍ଥାରେ ରହୁଥିବା ଦେଖି ସେହି ଗ୍ରାମରେ ଥିବା ବାଂଛେଶ୍ବର ପୂଜା କମିଟି ଗଜଲକ୍ଷ୍ମୀ ପୂଜା ତରଫରୁ ୪୦ ଜଣ ପରିବାର ପାଇଁ ଜଣକ ପିଛା ୪ କେଜିଅଟା,୧କେଜି ଚୁଡା, ସୁଜି,୧ ପାଉରୁଟି,୧ ବିସ୍କେଟ ,୫କେଜି ପନିପରିବା ଯୋଗାଡ଼ କରି ସେହି ୪୦ ଜଣ ପରିବାରକୁ ବଣ୍ଟନ କରିଛନ୍ତି ଏହି କାର୍ଯ୍ୟକ୍ରମରେ କମିଟିର କିଛି ସଭ୍ୟ ସମ ଦୂରତାରେ ରହିବା ସହିତ କରୋନା ଠାରୁ ସେମାନେ ନିଜକୁ କିପରି ରକ୍ଷା କରିବେ ସେଥି ପାଇଁ ସାବୁନ ଦେବା ସହିତ ବାରମ୍ବାର ହାତ ଧୋଇବା,ସରକାର ଙ୍କ ଲକ୍ ଡାଉନ୍ କୁ ପାଳନ କରିବାକୁ ସେମାନଙ୍କୁ ଗଜ ଲକ୍ଷ୍ମୀ କମିଟି ଦ୍ୱାରା ଅନୁରୋଧ ମଧ୍ୟ କରାଯାଇଛିl କମିଟିର ଏହି ଛୋଟିଆ ପ୍ରୟାସ କୁ ସ୍ଥାନୀୟ ଅଞ୍ଚଳ ରେ ସବୁ ବର୍ଗର ଲୋକେ ପ୍ରସଂସା କରିଛନ୍ତି।