ଅତୁଳନୀୟ ଉକ୍ରର୍ଷତାରେ ଭାରତୀୟ ନାରୀ ଯୁଗେ ଯୁଗେ ବିଶ୍ୱ ବନ୍ଦନୀୟା : ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ

ଭୁବନେଶ୍ୱର: ଓଡ଼ିଶାର ଅନ୍ୟତମ ପୁରାତନ ମହିଳା ମାସିକ ପତ୍ରିକା ‘ଯୁଗଶ୍ରୀ ଯୁଗନାରୀ’ର ବାର୍ଷିକ ସାରସ୍ୱତ ଓ ସମାରୋହରେ ମୁଖ୍ୟଅତିଥି ଭାବେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗଦେଇ ଭାରତୀୟ ନାରୀ ଯୁଗେ ଯୁଗେ ତାର ଉକ୍ରର୍ଷତା ବଳରେ ଯୁଗର ଶୋଭାବର୍ଦ୍ଧନ କରିଅଛନ୍ତି । ପ୍ରଫେସର ଗଣେଶୀ ଲାଲ ଦେବକୀ, କୁନ୍ତୀ, ପାଞ୍ଚାଳି ଓ ସୀତା ଆଦି ଦ୍ୱୈବୀପ୍ରେରିତ ନାରୀମାନଙ୍କର ବଳିଦାନ ସମ୍ବନ୍ଧରେ ଉଲ୍ଲେଖ କରି କନ୍ୟାମାନେ କିପରି ଦେବୀ ରୂପରେ ବିଭିନ୍ନ ରୂପରେ ଧରାବତରଣ କରି ଆରାଧିତ, ପୂଜିତ ଓ ସ୍ତୁତ ହୋଇଥାନ୍ତି, ତାହାର ବଳିଷ୍ଠ ଉଦାହରଣ ଦେଇ ସେମାନେ ଆମ ସମାଜରେ ଗର୍ବ ବୋଲି ଅଭିହିତ କରିଥିଲେ । ତେଣୁ ସେମାନଙ୍କର ଯତ୍ନ ନିଆଯିବା ଉଚିତ୍ । ମୁଖ୍ୟବକ୍ତା କବୀ ମନୋରମା ମହାପାତ୍ର ଯୋଗଦେଇ ନୈତିକ ଅବକ୍ଷୟ ରୋକିବାର ସମସ୍ତ ସାମର୍ଥ୍ୟ ନାରୀ ପାଖରେ ରହିଛି । ନାରୀମାନଙ୍କର ସ୍ୱପ୍ନ ଆଜି ସାକାର ହୋଇଛି । ସବୁ କ୍ଷେତ୍ରରେ ସେମାନେ ଆଗେଇ ·ଲିଛନ୍ତି । ପତ୍ରିକାର ପ୍ରତିଷ୍ଠାତ୍ରୀ ଡା. ରାଧାଦେବୀଙ୍କ ସ୍ୱପ୍ନକୁ ମନେ ପକାଇ ନାରୀ ଆଜି କିପରି ସନ୍ତ୍ରସ୍ଥ ପରିବେଶକୁ ପ୍ରେମମୟ କରିପାରିଛି ତାହା ଉଲ୍ଲେଖ କରିଥିଲେ । ସମ୍ମାନିତ ଅତିଥି ପ୍ରଫେସର କଇଳାଶ ପଟ୍ଟନାୟକ, ନିର୍ଦ୍ଦେଶକ, ବିପନ୍ନ ଭାଷାକେନ୍ଦ୍ର, ବିଶ୍ୱଭାରତୀ, ଶାନ୍ତିନିକେତନ ପତ୍ରିକାର ସମ୍ପାଦକୀୟ ଲେଖା ସମାଜ ସଚେତନତା ସୃଷ୍ଟି କରିପାରିଥିବା ବେଳେ ପାଠକମାନେ ବିମୁଖ ହେଉଥିବାରୁ କ୍ଷୋଭ ପ୍ରକାଶ କରି ଏହାର ଅବସାନ ଘଟାଇବାକୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ସାହିତ୍ୟିକ ପ୍ରଫେସର ମନୋଜ ଦାସଙ୍କୁ ‘ଯୁଗଶ୍ରୀ ଯୁଗନାରୀ ଶ୍ରେଷ୍ଠ ସାରସ୍ୱତ ସମ୍ମାନ’, ଶ୍ରୀମତୀ ଇନ୍ଦିରା ଦାଶଙ୍କୁ ‘ଯୁଗଶ୍ରୀ ଯୁଗନାରୀ ସାରସ୍ୱତ ସମ୍ମାନ’, ଡଃ ଶ୍ରୁତି ମହାପାତ୍ରଙ୍କୁ ‘ଯୁଗଶ୍ରୀ ଯୁଗନାରୀ ସମାଜସେବୀ ସମ୍ମାନ’, ଶ୍ରୀମତୀ ଅନସୂୟା ନନ୍ଦଙ୍କୁ ‘ଯୁଗଶ୍ର ଯୁଗନାରୀ ଶ୍ରେଷ୍ଠ ସମ୍ପାଦିକା ସମ୍ମାନ’ ଓ ବଂଶୀ-ଇଲା ପଣ୍ଡା ଫାଉଣ୍ଡେସନକୁ ‘ସାମୂହିକ ସାମାଜିକ ଦାୟିତ୍ୱବୋଧ ଉକ୍ରର୍ଷତା ସମ୍ମାନ’ରେ ମାନ୍ୟବର ରାଜ୍ୟପାଳ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ‘ଯୁଗଶ୍ରୀ ଯୁଗନାରୀ’ର ଫେବୃୟାରୀ-୨୦୧୯ ବିଶେଷାଙ୍କ ସହ ଏହାର ସମ୍ପାଦିକା ଶ୍ରୀମତୀ ମମତା ମହାପାତ୍ରଙ୍କ ପ୍ରବନ୍ଧ ପୁସ୍ତକ ‘ସମୟର ସତ୍ୟପାଠ’, ମେଜର ଡଃ କୁମୁଦିନୀ ବରାଇଙ୍କ ଅନୁବାଦ ପୁସ୍ତକ ‘ପର୍ଦ୍ଦା’, ସ୍ମୃ୍ତି ଦାସଙ୍କ ଗଳ୍ପ ପୁସ୍ତକ ‘ମାନସ ମନ୍ଥନ’ ଓ ଅଧ୍ୟାପକ କମଳାକାନ୍ତ ଦାସଙ୍କ ଗଳ୍ପପୁସ୍ତକ ‘ପୂଜାରିଣୀ’ ମାନ୍ୟବର ରାଜ୍ୟପାଳଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା । ଏଥର ପତ୍ରିକାର ପ୍ରଚ୍ଛଦ ପୃଷ୍ଠାରେ ଅଛନ୍ତି ଡଃ ଶ୍ରୁତି ମହାପାତ୍ର । ‘ଯୁଗଶ୍ରୀ ଯୁଗନାରୀ’ର ସହ ସମ୍ପାଦିକା ଡଃ ପ୍ରଭାବତୀ ପଣ୍ଡା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିବା ବେଳେ ଏହାର ସମ୍ପାଦିକା ମମତା ମହାପାତ୍ର ଏହି ସାରସ୍ୱତ ସମାରୋହରେ ସଭାପତିତ୍ୱ କରିଥିଲେ । ଶ୍ରୀଯୁକ୍ତ ବୀରେନ୍ଦ୍ର କରଙ୍କ ବେଦପାଠ ପରେ ଶ୍ରୀମତୀ ଗୀତାଞ୍ଜଳି ପଟ୍ଟନାୟକ ସରସ୍ୱତୀ ବନ୍ଦନା ଗାନ କରିଥିଲେ । ଡଃ ସୁଷମା ମିଶ୍ର, ଡଃ ମିନାକ୍ଷୀ ପଣ୍ଡା, ଡଃ ଗାୟତ୍ରୀ କର, ସୁଶ୍ରୀ ଗୀତାଞ୍ଜଳି ସିଂ, ଶ୍ରୀମତୀ ଲିତା ଦାସ, ସୁଶ୍ରୀ ଅନନ୍ୟା ପାଲିତ ଓ ଶ୍ରୀଯୁକ୍ତ ଅଶୋକ ପାଲିତ କାର୍ଯ୍ୟକ୍ରମକୁ ପରି·ଳନା କରିଥିଲେ । ଏଥିରେ ବିଶିଷ୍ଟ ସାହିତ୍ୟିକ ପଦ୍ମଭୂଷଣ ରମାକାନ୍ତ ରଥ, ପ୍ରଫେସର ଶାନ୍ତନୁ ଆ·ର୍ଯ୍ୟ, ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆ, ଇଂ ପିୟବ୍ରତ ଦାସ, ଶ୍ରୀମତୀ ଶନ୍ନୋଦେବୀ, ଡଃ ଅର୍ଚ୍ଚନା ନାୟକ, ଶଶ୍ୱତୀ ବଳ, ସଂଘମିତ୍ରା ମିଶ୍ର, ଶ୍ରୀମତୀ ବିଜୟନୀ ସିଂହଦେଓ, ଗୋପିନାଥ ମହାନ୍ତି ପ୍ରମୁଖ ବିଶିଷ୍ଟ ସାହିତ୍ୟିକମାନଙ୍କ ଦ୍ୱାରା ସଭାସ୍ଥଳ ପରିପୂର୍ଣ୍ଣ ଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ