ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା ପାଇଁ ଟିପି ସ୍ପେସିଆଲିଟି ହସ୍ପିଟାଲ ଉଦ୍ଘାଟିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ପାରଳାଖେମୁଣ୍ଡି ଅଞ୍ଚଳର ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ସମୟ ପୂର୍ବରୁ ରକ୍ଷା କରିବାରେ ସଫଳ ହୋଇଛନ୍ତି ହାଇଟେକ ଅଧ୍ୟକ୍ଷ ଡ.ତିରୁପତି ପାଣିଗ୍ରାହୀ । ଆଜି ପାରଳାଖେମୁଣ୍ଡି ରାମନଗର ଠାରେ ଅତ୍ୟାଧୁନିକ ଟିପି ସ୍ପେସିଆଲିଟି ହସ୍ପିଟାଲ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି । ଗତ ନିର୍ବାଚନ ପୂର୍ବରୁ ସାଧାରଣ ଲୋକଙ୍କ ସହ ରହିବେ ଏବଂ ପାରଲାଖେମୁଣ୍ଡି ଲୋକଙ୍କ ପାଇଁ ଏକ ଉନ୍ନତମାନର ଓ ଅତ୍ୟାଧୁନିକ ଶହେ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟ ଭେଟି ଦେବେ ବୋଲି କହିଥିଲେ । ପ୍ରତିଶୃତି ରକ୍ଷା କରି ସେ ଏଠାରେ ଏହି ଡାକ୍ତରଖାନା ଉଦଘାଟନ କରି ଲୋକଙ୍କ ସ୍ୱାସ୍ଥ୍ୟକ୍ଷେତ୍ରରେ ଆତ୍ୟାଧୁନିକ ସୁବିଧା ସୁଯୋଗ ପ୍ରଦାନ କରିଛନ୍ତି । ରାଜନୀତି ନୁହେଁ ବରଂ ସାଧାରଣ ଲୋକଙ୍କ ସେବା କରିବା ମନୋବୃତ୍ତି ନେଇ ସେ ନିଜ ପାରଳାଖେମୁଣ୍ଡି ମାଟିକୁ ଫେରିଛି ବୋଲି ପ୍ରକାଶ କରି ଆଜିର ଉଦ୍ଘାଟନୀ ସମାବେଶରେ କହଛନ୍ତି ଯେ,ପାରଳା ବିଧାନସଭା ଆସନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଗତ ନିର୍ବାଚନରେ ଲଢି ପରାଜୟ ବରଣ କଲି । ଜୟ ପରାଜୟ ମୋର ଲକ୍ଷ୍ୟ ନୁହେଁ । ଲୋକଙ୍କ ସେବା ମୋର ମୁଳଲକ୍ଷ୍ୟ । ଲୋକଙ୍କ ଉନ୍ନତି ଓ ସେବା ପାଇଁ ମୁଁ ନିଜକୁ ନିୟୋଜିତ କରିବାକୁ ପାରଳାଖେମୁଣ୍ଡି ଠାରେ ସବୁଦିନ ରହିବା ପାଇଁ ସ୍ଥିର କରିଛି । ଟିପି ସ୍ପେସିଆଲିଟି ହସ୍ପିଟାଲ ଉଦ୍ଘାଟନ ଉତ୍ସବରେ ମୋହନା ବିଧାୟକ ଦାଶରଥୀ ଗମାଙ୍ଗ, ମହନ୍ତ ରାଧାଚରଣ ଦାସ,ମହନ୍ତ ରାମାନନ୍ଦ ଦାସ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ହାଇଟେକ ଅଧ୍ୟକ୍ଷ ଡ.ତିରୁପତି ପାଣିଗ୍ରାହୀ,ହାଇଟେକର ଅନ୍ୟତମ ପ୍ରତିଷ୍ଠିତା ପୁସ୍ପାଞ୍ଜଳୀ ପାଣିଗ୍ରାହୀ,ହାଇଟେକର ଭାଇସ ଚେୟରମେନ ତିରୁପତି ଚୌଧୁରୀ,ସରସ୍ୱତୀ ଚୌଧୁରୀ,ଇଂ.ସୁରେଶ ପାଣିଗ୍ରାହୀ,ସାବିତ୍ରୀ ପାଣିଗ୍ରାହୀ,ଡା.ରାଜେଶ ପାଣିଗ୍ରାହୀ,ଅଙ୍କିତା ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହିଥିଲେ । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ପାରଳାଖେମୁଣ୍ଡି ସମେତ ଗଜପତି ଜିଲ୍ଲାରେ ସିଟି ସ୍କାନ ଏବଂ ଉନ୍ନତମାନର ଚିକିତ୍ସା ବ୍ୟବସ୍ଥା ନ ଥିବାରୁ ଏଠିକାର ବାସିନ୍ଦା ବାଧ୍ୟ ହୋଇ ଆନ୍ଧ୍ରପ୍ରଦେଶର ବିଶାଖପାଟଣା,ବିଜୟନଗର,ଶ୍ରୀକାକୁଲମ ଏବଂ ଓଡିଶାର ବ୍ରହ୍ମପୁର,କଟକ ଓ ଭୁବନେଶ୍ୱରର ବିଭିନ୍ନ ଚିକିତ୍ସାଳୟ ଉପରେ ନିର୍ଭର କରି ଆସୁଥିଲେ । ଏଠାକାର ଲୋକେ ଏଥି ପାଇଁ ବହୁ ଅର୍ଥ ବ୍ୟୟ କରିବା ସହ ସେହି ଡାକ୍ତରଖାନା ଗୁଡିକରେ ବିବିନ୍ନ ଭାବେ ଶୋଷଣର ଶିକାର ହେଉଥିଲେ । ଏପରି ସ୍ଥଳେ ଲୋକଙ୍କ ସୁବିଧା ପାଇଁ ଡା.ତିରୁପତି ପାଣିଗ୍ରାହୀ ଦେଇଥିବା ପ୍ରତିଶୃତି ମୁତାବକ ଆଜି ସିଟି ସ୍କାନ,୨୪ ଘଣ୍ଟିଆ ଓøଷଧ ସେବା,ଅତ୍ୟାଧୁନିକ ଏକ୍ସେ୍ସରେ,ଉନ୍ନତ ମାନର ପାଥୋଲୋଜି,ବର୍ହିବିଭାଗ ଡାକ୍ତର ବ୍ୟବସ୍ଥା ଥିବା ଏହି ଡାକ୍ତରଖାନା ଆରମ୍ଭ ହେଲା । ଆଗାମୀ ୮ ମାସ ମଧ୍ୟରେ ଶହେ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ମଧ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ଡ.ପାଣିଗ୍ରାହୀ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ରାଜ୍ୟର ବହୁ ବରିଷ୍ଟ ଡାକ୍ତର ଯୋଗଦେଇ ଆଜିଠାରୁ ଏଠାରେ ଚିକିତ୍ସା ବ୍ୟବସ୍ଥା ଆରମ୍ଭ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ