ଅତ୍ୟାବଶ୍ୟକ ସାମଗ୍ରୀର ଦରଧାର୍ଯ୍ୟ ଅଧିକ ଦରରେ ବିକ୍ରୀ କଲେ ଦୃଢ କାର୍ଯ୍ୟାନୁଷ୍ଠାନ : ପ୍ରଶାସନ
ପାରଳାଖେମୁଣ୍ଡ (ତାରିଣୀ ପ୍ରସାଦ ପଣ୍ଡା) : ଲକଡାଉନ୍କୁ ଦୃଷ୍ଟିରେ ରଖି ଗଜପତି ଜିଲାରେ ବିଭିନ୍ନ ଲାଭଖୋର ଅସାଧୁ ବ୍ୟବସାୟୀମାନେ ଅନେକ ସ୍ଥାନରେ ବିଭିନ୍ନ ଖାଦ୍ୟ ସାମଗ୍ରୀକୁ ଚଢାଦରରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି । ଏହାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ଦର ଧାର୍ଯ୍ୟ କରାଯାଇଛି । ଅଧିକ ଦରରେ ବିକ୍ରୀ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଗଜପତି ପ୍ରଶାସନ ପକ୍ଷରୁ ଜାରୀ ହୋଇଥିବା ଦର ଅନୁଯାଇ ହରଡ ଡାଲି ହୋଲ୍ସେଲ୍ ମୂଲ୍ୟ ୯୦ଟଙ୍କା ହୋଇଥିବା ବେଳେ ଖୁଚୁରା ମୂଲ୍ୟ ୯୫ଟଙ୍କା, ମୁଗଡାଲି ହୋଲ୍ସେଲ୍ ମୂଲ୍ୟ ୧୦୫ଟଙ୍କା ଏବଂ ଖୁଚୁରା ମୂଲ୍ୟ ୧୧୦ଟଙ୍କା, ଚିନି ହୋଲ୍ସେଲ୍ ମୂଲ୍ୟ ୩୯ଟଙ୍କା ଏବଂ ଖୁଚୁରା ମୂଲ୍ୟ ୪୨ଟଙ୍କା, ଅଟା ହୋଲ୍ସେଲ୍ ମୂଲ୍ୟ ୩୧ଟଙ୍କା ଏବଂ ଖୁଚୁରା ମୂଲ୍ୟ ୩୩ଟଙ୍କା ସେହିପରି ଶୋରିଷ ତେଲ ହୋଲ୍ସେଲ୍ ମୂଲ୍ୟ ୧୦୫ଟଙ୍କା ଏବଂ ଖୁଚୁରା ମୂଲ୍ୟ ୧୧୦ଟଙ୍କା, ପାମୋଲିନ୍ ତେଲ ହୋଲ୍ସେଲ୍ ମୂଲ୍ୟ ୮୫ଟଙ୍କା ଏବଂ ଖୁଚୁରା ମୂଲ୍ୟ ୮୭ଟଙ୍କା, ଆଳୁ ହୋଲ୍ସେଲ୍ ମୂଲ୍ୟ ୧୮ଟଙ୍କା ଏବଂ ଖୁଚୁରା ମୂଲ୍ୟ ୨୦ଟଙ୍କା ପିଆଜ ହୋଲସେଲ୍ ମୂଲ୍ୟ ୨୭ଟଙ୍କା ଏବଂ ଖୁଚୁରା ମୂଲ୍ୟ ୩୨ଟଙ୍କା ବୋଲି ସୂଚୀ ଜାରୀ କରାଯାଇଛି । ଯଦି କୌଣସି ବ୍ୟବସାୟୀ କିମ୍ବା ହୋଲ୍ସେଲର ଉପରଲିଖିତ ଧାର୍ଯ୍ୟ ମୂଲ୍ୟ ଠାରୁ ଅଧିକ ଟଙ୍କାରେ ଏହି ସବୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ବିକ୍ରୀ କରନ୍ତି ତେବେ ଯେ କୌଣସି ବ୍ୟକ୍ତି ଜିଲା ପ୍ରଶାସନର ବିଭିନ୍ନ ଅଧିକାରୀ ତଥା ତହସିଲଦାର, ବ୍ଲକ ଉନ୍ନୟନ ଅଧିକାରୀ, ଥାନା ଅଧିକାରୀ ପ୍ରମୁଖଙ୍କୁ ଅଭିଯୋଗ କରିପାରିବେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ଏଥିପାଇଁ ଏକ କଣ୍ଟ୍ରୋଲରୁମ୍ ନଂ. ୦୬୮୧୫-୨୨୨୧୦୦ ଦ୍ୱାରା ଯୋଗା ଯୋଗ କଲେ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୁଚନା ଦିଆଯାଇଛି ।


