ଅଦରକାରୀ ଜିନିଷରେ ସଜା ଗଲା ବିଦ୍ୟାଳୟ ବଗିଚା

ବନ୍ତ(ଯୁଗାବ୍ଦନ୍ୟୁଜ) : ସାମ୍ପ୍ରତିକ ସମାଜରେ ସରକାର ପ୍ଲାଷ୍ଟିକ୍‌ମୁକ୍ତ ପରିବେଶ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ପ୍ଲାଷ୍ଟିକ୍ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ସାଧାରଣଲୋକ ମାନେ ପ୍ଲାଷ୍ଟିକ୍‌, କାଚ ଭଳି ଅଦରକାରୀ ଜିନିଷକୁ ଫିଙ୍ଗି ଦେଉଥିବା ବେଳେ ଅଦରକାରୀ ଜିନିଷରେ ବଗିଚାର ସୁନ୍ଦରିକରଣ କରିଛନ୍ତି ବିଦ୍ୟାଳୟର ଶିକ୍ଷକ, ଛାତ୍ରଛାତ୍ରୀ ମାନେ । ଏପରି ଉଦାହରଣ ପାଲଟିଛି ବନ୍ତ ବ୍ଲକ ନିଳୋକ ପଞ୍ଚାୟତ ଦୋଳପଦୀସ୍ଥିତ ଆନନ୍ଦରାମ ପାଟୋଡିଆ ସରକାରୀ ଉଚ୍ଚ ବିଦ୍ୟାଳୟ । ପ୍ରଧାନ ଶିକ୍ଷକ ବିଶ୍ୱ ରଞ୍ଜନ ଦାସ ଓ ବିଜ୍ଞାନ ଶିକ୍ଷକ ମହେଶ୍ୱର ବାରିକଙ୍କ ତତ୍ତ୍ୱାବଧାନରେ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ଏବଂ ଛାତ୍ରଛାତ୍ରୀ ମାନେ ଅଦରକାରୀ ଜିନିଷକୁ ସଂଗ୍ରହ କରି ବିଦ୍ୟାଳୟ ପରିସରରେ ଥିବା ବଗିଚାକୁ ସଜାଇଛନ୍ତି । ବଗିଚା ସଜାଇବା ପାଇଁ ସେମାନେ ସାଇକେଲ, ମଟର ସାଇକେଲ ଓ ଚାରିଚକିଆ ଯାନର ଅଦରକାରୀ ଟାୟାର, ଅଦରକାରୀ ପ୍ଲାଷ୍ଟିକ୍ ଥଣ୍ଡା ବୋତଲ, ପ୍ଲାଷ୍ଟିକ୍ ପାଣିପିଆ ବୋତଲ, କାଚ ବୋତଲ, ପିଚୁ ଡ୍ରମ୍‌, ପ୍ଲାଷ୍ଟିକ୍ ରଂଗ ଡବା, ପ୍ଲାଷ୍ଟିକ୍ ଔଷଧ ଓ ମୋବିଲ୍ ଡବା, ଫାଇବର ପ୍ଲେଟ୍ ଆଦି ସଂଗ୍ରହ କରିଥିଲେ । ଏସମସ୍ତ ଅଦରକାରୀ ଜିନିଷରୁ ବଗିଚାର ସୁନ୍ଦରିକରଣ କରାଯାଇଥିଲା । ଅଦରକାରୀ ଟାୟାରରୁ ପ୍ଲାୱାର ବେସ୍‌, କାଚ ବୋତଲରୁ ମୟୁର, ପ୍ଲାଷ୍ଠିକ୍ ଥଣ୍ଡା ବୋତଲରୁ ପ୍ଲାୱାର ବେସ୍‌, ପ୍ଲାଷ୍ଟିକ୍ ପାଣିପିଆ ବୋତଲରୁ ପ୍ଲାୱାର ଟ୍ରି, ପିଚୁ ଡ୍ରମରୁ ସାଇନିଂ ସୂର୍ଯ୍ୟ, ପ୍ଲାଷ୍ଟିକ୍ ଔଷଧ ବୋତଲରୁ ଜି.ଏସ୍‌.ଏଲ୍‌.ଭି.ସାଟେଲାଇଟ୍ ଆଦି ନିର୍ମାଣ କରାଯାଇଛି । ବଗିଚାର ସୁନ୍ଦରିକରଣ ପାଇଁ ସମସ୍ତ ଶିକ୍ଷକ, ଛାତ୍ରଛାତ୍ରୀ ମାନଙ୍କୁ ପ୍ରାୟ ୨ ମାସ ସମୟ ଲାଗିଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ