ଅଦଳ ବଦଳ ନକରିବାକୁ ବିଡିଓଙ୍କୁ ଦାବିପତ୍ର

ହାଟଡିହି, (ବିକାଶ ବିଶ୍ୱାଳ ) : ସୋସୋ ପଞ୍ଚାୟତର ସୋସୋ ଗ୍ରାମର ୫ନଂ ୱାର୍ଡରେ ସର୍ବସାଧାରଣ ରାସ୍ତା ଅଦଳ ବଦଳ କରିବାକୁ କରାଯାଉଥିବା ଯୋଜନାକୁ ବନ୍ଦ କରିବାକୁ ଗ୍ରାମବାସୀ ନିବେଦନ କରିଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାଇ ୫ନଂ ୱାର୍ଡର ଏକ ସର୍ବସାଧାରଣ ରାସ୍ତା ଯାହାର ପ୍ଲଟ ନଂ ୧୩୨ । ଏହା ଗ୍ରାମର ମୁଖ୍ୟ ରାସ୍ତା ସହିତ ସଂଯୋଗ ହୋଇଛି । ଉକ୍ତ ରାସ୍ତା ଦେଇ ଗ୍ରାମର ସର୍ବସାଧାରଣ ଗ୍ରାମର ଲୋକମାନେ ନାଗସରା ପୋଖରୀକୁ ଯିବା ଆସିବା କରିଥାନ୍ତି । ଉକ୍ତ ରାସ୍ତାକୁ ପକ୍କା ରାସ୍ତାରେ ପରିଣତ କରିବାପାଇଁ ଗ୍ରାମସଭା ଜରିଆରେ ପ୍ରକଳ୍ପ ଅନୁମୋଦନ ପାଇଁ ବ୍ଳକକୁ ଯାିଥିବାବେଳେ ଏବେ ତାହାକୁ ପରିବର୍ତ୍ତନ କରାଯାଇ ଭିନ୍ନ ରାସ୍ତାରେ କାମ କରିବାକୁ ଯୋଜନା କରାଯାଉଛି । ଏହି ରାସ୍ତାର ଜମି ଚିହ୍ନଟ ପାଇଁ ଗ୍ରାମବାସୀମାନେ ତହସିଲଦାରଙ୍କ ନିକଟରେ ଆବେଦନ କରି ରାସ୍ତା ନିର୍ମାଣ କରିବାପାଇଁ ବ୍ୟବସ୍ଥା କରିଥିବାବେଳେ ଏବେ କିଛି ରାଜନୈତିକ ଲୋକ ସେହି ପ୍ରକଳ୍ପକୁ ଗ୍ରାମର ଜଣେ ବ୍ୟକ୍ତିଗତ ଲୋକର ଘରକୁ ରାସ୍ତା ନିର୍ମାଣ କରାଇବାପାଇଁ ଯୋଜନା କରିଦେଇଛନ୍ତି । ଏପରିକି ରାସ୍ତାର ଆରମ୍ଭରୁ ନକରି ଶେଷଆଡୁ କାମ ଆରମ୍ଭ କରୁଥିବାରୁ ଏହା ସମ୍ବୁର୍ଣ୍ଣ ଅପରିଣାମ ଦର୍ଶିତା ବୋଲି ଅଭିଯୋଗ କରିଛନ୍ତି । ଏହା ଦ୍ୱାରା ବର୍ଷାଜଳ ନିସ୍କାସନ ହୋଇ ନପାରି ରାସ୍ତାଟି ପାଣିକାଦୁଅରେ ଭରିଯିବ ବୋଲି କହିଛନ୍ତି । ହାଟଡିହି ବ୍ଲକର ବିଡିଓ ତୁରନ୍ତ ଏହି କାମକୁ ସ୍ଥଗିତ ରଖି ସରଜମିନ ତଦନ୍ତ କରି ପଦକ୍ଷେପ ନେବାକୁ ମାନସ କୁମାର ନାୟକ, ହୃଷିକେଶ ଆପଟ, ନାରାୟଣ ସାହୁ, ସୁବାଶିଷ ସାହୁ, ଜଗନ୍ନାଥ ବାରିକ, ଗୋବିନ୍ଦ ରାଉତ, ଚୈତନ ରାଉତ, କାମ ପାଗଳ, ବିଦ୍ୟାଧର ମହାନ୍ତି ପ୍ରମୁଖ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ