ଅଦାଲତ ପରିସରରେ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଉଦଘାଟିତ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ପୁରୁଣା ଅଦାଲତ ପରିସରରେ ବୁଧବାର ଏକ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଉଦଘାଟିତ ହୋଇଯାଇଛି । ବିଧାୟକଙ୍କ ଆଂଚଳିକ ଉନ୍ନୟନ ପାଣ୍ଠିରେ ନିର୍ମିତ ଏହି ପ୍ରକଳ୍ପକୁ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୈାର ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ, ଜିଲ୍ଲା ଓକିଲ ସଂଘ ସଭାପତି ଆଶୁତୋଷ ମହାନ୍ତି, ସମ୍ପାଦକ ସେକ ଅଜିମୁଦ୍ଦିନ, ସରକାରୀ ଓକିଲ ସଂଜୟ କୁମାର ଜେନା, ବରିଷ୍ଠ ଆଇନଜୀବୀ ଗଗନ ବିହାରୀ ଜେନା, ଭୀମସେନ ଭୂୟାଁ, ଗୋବର୍ଦ୍ଧନ ରାଉତ, ରମାକାନ୍ତ ସ୍ୱାଇଁ, ରଂଜନ କୁମାର ପଣ୍ଡା, ଇତିହାସ ଲେଙ୍କା, ନିରଞ୍ଜନ ବଳ, ଜିତେନ୍ଦ୍ର ମହାନ୍ତି, ରେଣୁ ବାଳା ସାମଲ, ନିରାକାର ପ୍ରଧାନ, ବ୍ରଜ ସୁନ୍ଦର ରାଊତ, ଦିନେଶରାଜ ସିଂ, ମନ୍ମଥ କୁମାର ସାହୁ, ମାନସ ରଂଜନ ଧଳ, ଆଶିଷ ସାମଲ, ରମଣୀ ରଂଜନ ରାଉତରାୟ, ସଂଜୟ ପାତ୍ର, ଦୀପକ ପ୍ରଧାନ, ଜିଲ୍ଲା ଯୁବ ବିଜେଡି ସଭାପତି ରାଜେଶ ଦାସ, ବିଜେଡି ରାଜ୍ୟ ଯୁଗ୍ମ ସମ୍ପାଦକ ରାଜେଶ ପଣ୍ଡା, ମଙ୍ଗଳ ବରଣ ସିଂ, ଅନନ୍ତ ବଲ୍ଲଭ ଶତପଥୀ, ପ୍ରଭାତ ପ୍ରଧାନ, ମାନସ ମହାନ୍ତିଙ୍କ ସମେତ ବହୁ ଆଇନଜୀବୀ ଉପସ୍ଥିତ ଥିଲେ । ଏହି ଅବସରରେ ବିଧାୟକ ଶ୍ରୀ ବେହେରା ଜିଲ୍ଲା ଓକିଲ ସଂଘ କାର୍ଯ୍ୟାଳୟରେ ସଂଘର କର୍ମକର୍ତା ଓ ଆଇନଜୀବୀମାନଙ୍କ ସହିତ ସଂଘର ନୂତନ କାର୍ଯ୍ୟାଳୟ ନିର୍ମାଣ ସଂପର୍କରେ ଆଲୋଚନା କରି ଏଥି ନିମନ୍ତେ ବିଧାୟକଙ୍କ ଆଂଚଳିକ ଉନ୍ନୟନ ପାଣ୍ଠିରୁ ଅନୁଦାନ ଯୋଗାଇଦେବେ ବୋଲି ପ୍ରତିଶୃତି ଦେଇଥିଲେ ।


