ଅଦିନିଆଁ ବର୍ଷାରେ ଚାଷୀ ହନ୍ତସନ୍ତ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) : ଗୋଷାଣୀ ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ଗ୍ରାମର ଚାଷୀ ମାନଙ୍କର ଗତ କାଲି ରାତିରେ ବର୍ଷା ହେବା ଫଳରେ ଧାନ ମାଣ୍ଡି ସାମ୍ନାରେ ରଖାଯାଇଥିବା ଧାନ ଗୁଡିକ ସମ୍ପୂର୍ଣ ରୂପେ ଧାନ ଭିଜିଯାଇଅଛି । ଅନ୍ୟପଟେ ପ୍ରଶାସନ ର ଅବହେଳା ଯୋଗୁଁ ଚାଷୀ ମାନଙ୍କର ଧାନ ମଣ୍ଡିରେ ପଡ଼ି ରହିଛି । ଅନ୍ୟପଟେ ଚାଷୀ ମୁଣ୍ଡରେ ହାତ ଧରି ବସିଛନ୍ତି । ଧାନ ମଣ୍ଡିରେ ଚାଷୀ ର ଧାନ କ୍ରୟ କରିବା ପାଁଇ ଟୋକେନ ବାହାରି ପାରୁ ନାହିଁ । ଯେଉଁ ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ଧାନ କ୍ରୟ କରିବା ପାଈଁ ଦାୟିତ୍ୱ ଦିଆ ଯାଇଛି ସେମାନଙ୍କର ବିଶେଷ ଅଭିଜ୍ଞତା ନଥିବା ଫଳରେ ମଣ୍ଡିରେ କାର୍ଯ୍ୟ ଧୀମି ଗତିରେ କାର୍ଯ୍ୟ ହେଉଥିବା ଯୋଗୁଁ ଚାଷୀ ମାନଙ୍କର ଧାନମଣ୍ଡିରୁ ଧାନ ଉଠି ପାରୁନାହିଁ । ସ୍ୱୟଂ ସହାୟକ ଗୋଷ୍ଟୀର ଟୋକେନ ବାହାର କରିବା ଉପାୟ ସମ୍ପୂର୍ଣ ଭୁଲ । ତେଣୁ ଆଜି ବହୁ ସଂଖ୍ୟାରେ ଚାଷୀ ମାନେ ଶୃଙ୍ଖଳା ର ସହ ମଣ୍ଡି ସାମ୍ନାରେ ପ୍ରତିବାଦ ବିଭାଗୀୟ ପ୍ରଶାସନ ଙ୍କୁ ଜଣାଇଥିଲେ । ପୁନର୍ବାର ଏହି ସମସ୍ୟା ଉପୁଜିଲେ କିମ୍ବା ପ୍ରଶାସନ ସମାଧାନ ନକଲେ ପୁଣି ଥରେ ରାସ୍ତା କୁ ଓଲେହିଵା ପାଁଇ ଚେତାବନୀ ଦେଇଛନ୍ତି । ଯଦି ସମସ୍ୟା ସମାଧାନ ନହେଲେ ଚାଷୀ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଛନ୍ତି । ପ୍ରଶାସନର ଭୁଲ ନୀତି ଯୋଗୁଁ ଚାଷୀ ଆତ୍ମହତ୍ୟା କରିଛନ୍ତି ବକଲି ବୁଦ୍ଧିଜିବି ମାନେ ଜଣାଇଛନ୍ତି । ପ୍ରଶାସନ କେବଳ ଚାଷୀ ମାନଙ୍କୁ ନାଲି ଆଖି ଦେଖାଇ ଭୟଭୀତ କରୁଛନ୍ତି । .


