ଅଦିନିଆ ପଶ୍ଚିମା ଝଡ଼ରେ ଗଜପତି ଜିଲ୍ଲା ପ୍ରଭାବିତ ରାସ୍ତା ଅବରୋଧ ଓ କ୍ଷୟକ୍ଷତି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ପଶ୍ଚିମା ଝଡ଼ ପ୍ରଭାବରେ ଦୁଇ ଦିନ ଧରି ବର୍ଷା ପବନ ସହ ବଜ୍ରପାତ ଲାଗିରହିଥିଲା. କେବଳ ଗଜପତି ଜିଲ୍ଲା ନୁହେଁ ରାଜ୍ୟର ଅନେକ ଅଞ୍ଚଳରେ ପ୍ରବଳ ମାତ୍ରାରେ ବର୍ଷା ସାଙ୍ଗକୁ ଘଡଘଡି ଦେଖା ଯାଇଥିଲା. ପାରଳାଖେମୁଣ୍ଡି ଅଞ୍ଚଳରେ ଥିବା ମଳାସପଦର ପଞ୍ଚାୟତ ରାଚାଗୁଡା ଗ୍ରାମରେ ଅନୁଭୂତ ହୋଇଥିବା ଏହି ଝଡ଼ ବର୍ଷାରେ ଏକ ବିରାଟ ଆମ୍ବ ଗଛ ପଡି ରାସ୍ତା ଅବରୋଧ ହେବା ସହ କିଛି ଘର ଭାଙ୍ଗି ଯାଇଥିଲା. ଯାହା ଫଳରେ ଅନେକ ଲୋକଙ୍କର କ୍ଷୟକ୍ଷତି ଘଟିଥିଲା. କେବଳ ସେତିକି ନୁହ ସାଧାରଣ ଲୋକଙ୍କର ଗମନାଗମନରେ ଅସୁବିଧା ଦେଖା ଦେଇଥିଲା. ରାସ୍ତା ଅବରୋଧ ଫଳରେ ମଳାସପଦର – ମୋହନା ମଧ୍ୟରେ ଯୋଗାଯୋଗ ବିଛିର୍ନ ହୋଇଥିଲା. ଏନେଇ ଅଗ୍ନିଶମ ବିଭାଗ ଖବର ପାଇ ମୋହନା ଅଞ୍ଚଳରେ ପହଞ୍ଚି ଗଛ କାଟି ରାସ୍ତା ଅବରୋଧ ସମସ୍ୟାର ସମାଧାନ କରିଥିଲେ. ଏହି ଝଡ଼ ବର୍ଷାରେ ୨ ଟି ଘରର ୩୦ ହଜାର ଟଙ୍କାର ସମ୍ପତି କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି. କ୍ଷୟକ୍ଷତି ଘଟିଥିବା ଲୋକଙ୍କୁ ସାହାର୍ଯ୍ୟ ସହଯୋଗ ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହୋଇଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ