ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୁରଣ ପ୍ରଦାନ ପାଇଁ ଗଜପତି ଜିଲ୍ଲା କୃଷକ ସଂଘ ତରଫରୁ ସ୍ମାରକପତ୍ର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗତ ଅଦିନିଆ ଲଗାତର ବର୍ଷ ଯୋଗୁଁ ଗଜପତି ଜିଲ୍ଲାରେ ବିଭିନ୍ନ ଫସଲ ସଂପୁର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି । ଏହାର କ୍ଷତିପୁରଣ ପ୍ରଦାନ ପାଇଁ ଗଜପତି ଜିଲ୍ଲା କୃଷକ ସଂଘ ତରଫରୁ ଆଜି ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଦିଆଯାଇଛି । ଗଜପତି ଜିଲ୍ଲା କୃଷକ ସଂଘର ସଭାପତି ସୁର୍ଯ୍ୟନାରାୟଣ ପଟ୍ଟନାୟକ,ଅଗ୍ରଣୀ ଚାଷୀ ୱାଇ.ରାମୁଲୁ,ତାରିଣୀ ନାୟକ,ଏସ.ଆପଲା ସ୍ୱାମୀ,କାଳୀ ବେହେରା,ଡି ଶଙ୍କର ପ୍ରମୁଖ କହିଛନ୍ତି,ଗତ ଅଦିନିଆ ଲଗାତର ବର୍ଷ ଯୋଗୁଁ ଗଜପତି ଜିଲ୍ଲାରେ ୧୫ହଜାର ହେକ୍ଟର ଜମିରେ ଧାନ ଓ ପନି ପରିବା ଫସଲ ସମ୍ପୁର୍ଣ୍ଣ ଭାବେ କ୍ଷତି ଗ୍ରସ୍ତ ହୋଇଛି । ଏଥିରେ ଚାଷୀ ଓ କୃଷକଙ୍କ ୨୦କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଫସଲ ନଷ୍ଟ ହୋଇଛି । ପ୍ରତ୍ୟେକ ଚାଷୀ ଓ କୃଷକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏକର ପିଚ୍ଛା ୨୫ହଜାର ଟଟଙ୍କା କ୍ଷତିପୁରଣ ଦିଆଯାଉ । ପ୍ରଧାନମନ୍ତ୍ରୀ ଫସଲ ବିମାରେ ଅନ୍ତରଭୁକ୍ତ ଚାଷୀଙ୍କୁ ଫସଲ କ୍ଷତି ଜନିତ ବିମା ରାସି ପ୍ରଦାନ କରାଯାଉ । ଆଗାମି ରବି ଫସଲ ପାଇଁ ଗଜପତି ଜିଲ୍ଲାରେ ୮ହଜାର ହେକ୍ଟର ଚାଷ ଜମି ରହିଛି । ବର୍ତ୍ତମାନର ବର୍ଷାରେ କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କ ସୁବିଧା ପାଇଁ ମାଗଣାରେ କୀଟନାଶକ,ସାର ଓ ବିହନ ପ୍ରଦାନ କରାଯାଉ ।


