ଅଦିନିଆ ବର୍ଷାରେ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ନଚେତ ନଷ୍ଟ ଧାନ କିଣିବାକୁ ରାମପଣ୍ଡାଙ୍କ ଦାବି

ଗଂଜାମ, (ବିନୋଦ ପଲାଇ):ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଗଂଜାମରେ ବ୍ଲକରେ ଅଦିନିଆ ବର୍ଷାରେ କ୍ଷତି ହୋଇଥିବା ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଦିଅନ୍ତୁ ଅଥବା ନଷ୍ଟ ଧାନ କିଣି ନିଅନ୍ତୁ ସରକାର ବୋଲି ପୂର୍ବତନ ଉପବାଷ୍ପତି ତଥା ବରିଷ୍ଠ ବିଜେପି ନେତା ରାମଚନ୍ଦ୍ର ପଣ୍ଡା ଦାବି କରିଛନ୍ତି l ଗଞ୍ଜାମ ବ୍ଲକ, ଗଞ୍ଜାମ ଏନଏସି ଓ ରମ୍ଭା ଏନଏସିରେ ଚଳିତ ବର୍ଷ ମୋଟ ୧୨ ହଜାର ୪୬୨ ହେକ୍ଟର ଚାଷ ଜମି ଥିବାବେଳେ ୮ ହଜାର ୭୮୦ ହେକ୍ଟର ଜମିରେ ଧାନ ଚାଷ ହୋଇଥିବା ଜଣାପଡିଛି l ବର୍ତ୍ତମାନ ସବୁ ଜମିରେ ଧାନ ପାଚି ଗଲାଣି l କିଛି ଚାଷୀ ଧାନ ଅମଳ କରି ଘରକୁ ଧାନ ନେଇ ଆସିଥିବା ବେଳେ ପ୍ରାୟ ୯୦ ପ୍ରତିଶତ ଚାଷୀଙ୍କ ଧାନ ଜମିରେ ରହିଥିବା ଦେଖିବାକୁ ମିଳିଛି l ଅଦିନିଆ ବର୍ଷା ଫଳରେ ଚାଷ ଜମି ସମ୍ପୂର୍ଣ ନଷ୍ଟ ହୋଇଯାଇଛି l ଯାହାକୁ ନେଇ ଚାଷୀ ମାନଙ୍କ ମନରେ ଭାଳେଣି ପଡିଛି l ଏନେଇ ପୂର୍ବତନ ଉପବାଚସ୍ପତି ତଥା ବରିଷ୍ଟ ବିଜେପି ନେତା ରାମଚନ୍ଦ୍ର ପଣ୍ଡା ଆଜି ଗଞ୍ଜାମ ବ୍ଲକର ସାନରାମଚନ୍ଦ୍ରପୁର, ହୁମ୍ମା, ପାଳିବନ୍ଧ, ୟୁଡିଏସପୁର, ପୋଇରାଶି ପଞ୍ଚାୟତ ଗ୍ରସ୍ତକରି ବିଲକ୍ଷତକୁ ଯାଇ ଚାଷୀମାନଙ୍କ ସହ ଆଲୋଚନା କରିଥିଲେ l ଏହି ସମୟରେ ଚାଷୀ ମାନେ ବର୍ଷାରେ ନଷ୍ଟ ହୋଇଯାଇଥିବା ଧାନ(ଗମି )କୁ ସରକାର କିଣିନେଲେ ସେମାନେ କିଛି ପରିଶ୍ରମିକ ପାଇଯିବେ ବୋଲି ପୂର୍ବତନ ଉପବାଚଷ୍ପତି ପଣ୍ଡାଙ୍କୁ ଅନୁରୋଧ କରିଥିଲେ l ଏନେଇ ରାଜ୍ୟ ସରକାର ତୁରନ୍ତ ଚାଷୀଙ୍କୁ କ୍ଷତିପୂରଣ ଦିଅନ୍ତୁ ଅଥବା ନଷ୍ଟ ହୋଇଥିବା ଧାନଗୁଡିକୁ କ୍ଷତି ପୂରଣ ଦିଅନ୍ତୁ ବୋଲି ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଛନ୍ତି lଗଞ୍ଜାମ ବ୍ଳକର ବିଶେଷଭାବେ ସାନରାମଚନ୍ଦ୍ରପୁର ପଞ୍ଚାୟତର ଦୁଇ ହଜାର ହେକ୍ଟର ଜମିରେ ଫଳ ଚାଷ ନଷ୍ଟ ହୋଇଥିବାରୁ, ଫଳ ଚାଷୀଙ୍କୁ ତୁରନ୍ତ ଯୁଦ୍ଧ କାଳୀନ ଭିତରେ କ୍ଷତିପୂରଣ ନଦେଲେ, ଆଗାମୀ ଦିନରେ ଗଞ୍ଜାମ ବ୍ଲକରେ ପରିବାଦର ନିଆଁ ଛୁଆଁ ହେବ ବୋଲି ମତ ପ୍ରକାଶ କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ