ଅଦିନିଆ ବର୍ଷାରେ ବ୍ୟାପକ ଫସଲ ନଷ୍ଟ, ସହାୟତା ଦାବି

କଣାସ,(ପାହାନ୍ତାସିଂହ ଅଜଂଳୀ ସାହୁ):ଅଦିନିଆ ଲଘୁଚାପ ବର୍ଷା ପ୍ରଭାବରେ ବ୍ୟାପକ ଫସଲ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି । ଧାନ ଓ ପନିପରିବା ଫସଲ ନଷ୍ଟ ବାବଦକୁ ଚାଷୀ ମାନେ ସହାୟତା ଦାବି କରିଛନ୍ତି ।ପୁରୀ ଜିଲ୍ଲା କଣାସ ବ୍ଲକର ୨୮ଟି ପଞ୍ଚାୟତରେ ପାଚିଲା ଧାନ,ମୁଗ,ବିରି ,କୋଳଥ,ପନିପରିବା ଓ ଚିନାବାଦାମ ଫସଲ ବ୍ୟାପକ ପରିମାଣରେ ହୋଇଥିଲା ।ଦୁଇ ଦିନ ହେଲା ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ବୁଣା ଯାଇଥିବା ଚିନାବାଦାମ ଜମିରେ ପାଣି ଜମିରହିଥିବା ବେଳେ ଅମଳ ହେବାକୁ ଥିବା ପାଚିଲା ଧାନ ଜମିରେ ଭାସୁଛି ।ସେପଟେ ପନିପରିବା ଫସଲ ମଧ୍ୟ ନଷ୍ଟ ହେବାକୁ ବସିଛି । ଧାର କରଜ କରି ଚାଷ କରିଥିବା ଚାଷି ମୁଣ୍ଡରେ ଚଡକ ପଡିଛି । ଚିନା ବାଦାମ ଚାଷୀ ସୁଦୂର ବରଗଡ଼,ଅନୁଗୁଳ,ସମ୍ବଲପୁର ଭଳି ବାହାର ଜିଲ୍ଲାରୁ ମଞ୍ଜି ଆଣି ଜମିକୁ ହଳ ପାଳ କରି ମଞ୍ଜି ପକାଇଥିଲେ ଏବେ ଛୋଟ ଛୋଟ ଗଛ ହେଲା ବେଳକୁ ଅଦିନିଆ ଲଘୁଚାପ ଜନିତ ବର୍ଷା ଯୋଗୁ ଅନେକ ଜମିରେ ପାଣି ଜମି ରହିଥିବାରୁ ଚିନା ବାଦାମ ଫସଲ ନଷ୍ଟ ହେବାକୁ ବସିଛି ।କଣାସ ବ୍ଲକର ଗଡମାଟିଆପଡା ,ନୂଆ ସାହି,ଵେହେଟା,ନାନକେରା,ସିମିଳିପାଟଣା,ମାଟିଆପଡା,ବଡ଼ପୁଟ,ହଳଦିଆପଡା,ଲୋକାପାଳ,ସାନପୁଟ,ମାନ୍ଦାରବସ୍ତ,ଛୋଟିଯୋଡି,ବାଙ୍କତଳ ଓ ପାଣ୍ଡିଆକେରା ଅଂଚଳରେ ଅର୍ଥକାରୀ ଫସଲ ଚିନା ବାଦାମ ଲୋକମାନଙ୍କର କ୍ଷତି ହୋଇଥିବା ଅଗ୍ରଣୀ ଚାଷୀ ରାଧେଶ୍ୟାମ ବିଶ୍ବାଳ ଅଭିଯୋଗ କରିଛନ୍ତି ।ସେପଟେ ତ୍ରିଲୋଚନ,ବକୁ,ଦିବ୍ୟସିଂହପୁର, ଗଡଖାରଦ, ଦେଇପୁର,ସିରେଇ,ସାହୁପଡା ଭଳି କେତକ ପଞ୍ଚାୟତରେ ପାଚିଲା ଧାନ ପାଣିରେ ଭାସୁଥିବା ଚାଷୀମାନେ କହିଛନ୍ତି ।ଆଉ କେତକ ପଞ୍ଚାୟତରେ ଖରାଟିଆ ଧନ ଫସଲ ପାଇ ଗଜା ବୁଣା ଯାଇଥିଲା ହେଲେ ସେସବୁ ଜମିରେ ପାଣି ଜମି ରହି ଧାନ ଗଜା ନଷ୍ଟ ହେବାକୁ ବସିଛି ।ସରକାର ତୁରନ୍ତ କ୍ଷୟକ୍ଷତି ଆକଳନ କରି ଚାଷୀମାନଙ୍କୁ ସହାୟତା ପ୍ରଦାନ ପାଇଁ ନୀଳାଚଳ କୃଷକ ମହାସଂଘ ସମନ୍ଵୟ କମିଟିର ଅଧକ୍ଷ ଗୁଣନିଧି ପାତ୍ର ଦାବୀ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ