ଅଦିନିଆ ବର୍ଷା ସାଙ୍ଗକୁ କୁଆପଥର ମାଡ଼

ବାଲେଶ୍ୱର: ଅଦିନିଆ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ବାଲେଶ୍ୱରରେ ମଙ୍ଗଳବାର ଅପରାହ୍‌ଣ ପବନ ସାଙ୍ଗକୁ ବର୍ଷା ଓ କୁଆପଥର ମାଡ଼ ହୋଇଥିଲା। ଫଳରେ କିଛି କିଛି ସ୍ଥାନରେ ଗଛ ଉପୁଡ଼ି ପଡ଼ିଥିବା ବେଳେ ପନିପରିବା ଚାଷ ପ୍ରଭାବିତ ହୋଇଥିବା ଖବର ମିଳିଛି ଅପରାହ୍‌ଣ ପ୍ରାୟ ୪ଟା ବେଳେ ପ୍ରବଳ ବେଗରେ ପବନ ହୋଇଥିଲା। ଏହାର କିଛି ସମୟ ପରେ ବର୍ଷା ଓ ପବନ ଏକାସାଙ୍ଗରେ ବର୍ଷିଥିଲା। ଅଦିନିଆ ବର୍ଷ ସାଙ୍ଗକୁ ହଠାତ କୁଆପଥର ମାଡ଼ରେ ଖୋଲାରେ ଥିବା ଲୋକମାନେ ଅପସ୍ତୁତ ହୋଇଯାଇଥିଲେ। ତେବେ କୁଆପଥର ବୃଷ୍ଟିରେ କେଉଁଠି କିଛି କ୍ଷତି ହୋଇନଥିବା ଜଣାପଡ଼ିଛି।ଅନ୍ୟପକ୍ଷରେ ପବନ ଯୋଗୁଁ ବାଲେଶ୍ୱର ସହର ସହଦେବଖୁଣ୍ଟା ବସଷ୍ଟାଣ୍ଡ ଅଞ୍ଚଳରେ ଏକ ବିରାଟ ଗଛ ଉପୁଡ଼ି ରାସ୍ତା ଉପରେ ଉପୁଡ଼ିଥିଲା। ଫଳରେ ବିଦ୍ୟୁତ ତାର ଛିଡ଼ିବା ସହ ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ସହରର ବିଭିନ୍ନ ସ୍ଥାନରେ ଥିବା ଲାଗିଥିବା ହୋଡିଂ ଓ ବ୍ୟାନର ଛିଡ଼ିଯାଇ ରାସ୍ତା ଉପରେ ପଡ଼ିଥିଲା। ବର୍ଷା ଓ ପବନ ଯୋଗୁଁ ସହରର କେତେକ ଅଞ୍ଚଳରେ ବିଦ୍ୟୁତ୍‌ ସେବା ମଧ୍ୟ ବ୍ୟାହତ ହୋଇଥିଲା।ଅଦିନିଆ ବର୍ଷାରେ ଆଜି ସବୁଠୁ ଅଧିକ ପ୍ରଭାବିତ ରେମୁଣା ଅଞ୍ଚଳ ହୋଇଛି। ସୋନନଦୀ ପାଖରେ ଥିବା ହାତୀଆଗଣ୍ଡ, ମରେଇ, ବଡ଼ପାଳ ଆଦି ଅଞ୍ଚଳରେ ପ୍ରବଳମାତ୍ରାରେ ପନିପରିବା ଚାଷ କ୍ଷୟକ୍ଷତି ହୋଇଛି। ଏକର ଜମିରେ ଅମୃତଭଣ୍ଡା ଗଛଗୁଡ଼ିକ ମାଟିରେ ଲୋଟିପଡ଼ିଥିବା ବେଳେ ଖରାଦିନିଆ ଚାଷ କରାଯାଇଥିବା ବାଇଗଣ, କୋବି, ବିଲାତି, ଶାଗ ଓ ଲଙ୍କା ଚାଷରେ ବ୍ୟାପକ ନଷ୍ଟ ହୋଇଛି। ପବନ ଯୋଗୁଁ ବିଭିନ୍ନ ସ୍ଥାନରେ ମଞ୍ଚାଗୁଡ଼ିକ ଭୁଶୁଡ଼ି ପଡ଼ିଥିବାରୁ ମଞ୍ଚାଜାତୀୟ ଚାଷ ମଧ୍ୟ ନଷ୍ଟ ହୋଇଛି। ଗନିପୁର ପଞ୍ଚାୟତର ଚାଷୀ ଶ୍ରୀଧର ପଣ୍ଡା ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ସାର ଓ କୀଟନାଶକର ଯାହା ଦର ସେଥିରେ ପୁଣି ଖରାଦିନରେ ଯେଉଁ ବ୍ୟୟବହୁଳ ଚାଷ ସେଥିରୁ ଲାଭ କରିବା ପାଇଁ ଲକ୍ଷ୍ୟ ରଖିଥିବାବେଳେ ଅଦିନିଆ ବର୍ଷାରେ ନଷ୍ଟ ହୋଇଥିବା ଚାଷ ତାଙ୍କ ଆଶା ମଉଳାଇଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ