ଅଦୃଶ୍ୟ କାରିଗରି: ସୋୟା ସସ୍ ଢାଳିଲେ ଝଲସି ଉଠେ ଚମକ୍ରାର ପେଣ୍ଟିଂ

ଆଜିକାଲି ଥ୍ରୀଡି ପେଣ୍ଟିଂର ବେଶ୍ ଚାହିଦା ରହିଛି । ଘର, ରାସ୍ତାଘାଟ ଏମିତିକି ଖାଦ୍ୟରେ ବି ଥ୍ରୀଡି ପେଣ୍ଟିଂ କରାଯାଉଛି । ତେବେ ଜାପାନର ଏକ ଡିଜାଇନ୍ ଷ୍ଟୁଡିଓ ଏବେ ତିଆରି କରିଛି ଏମିତି କିଛି ପାତ୍ର, ଯାହାକୁ ଦେଖିଲେ ସାଧାରଣ ଲାଗେ । ହେଲେ ଏହାର ତଳଭାଗରେ ହୋଇଛି କିଛି ଖୋଦେଇର କାରିଗରି, ଯାହା ଖାଲି ଆଖିରେ ସାଧାରଣ ଲାଗେ । ଏମିତିକି ତାହା ବିଶେଷ ଜଣା ବି ପଡି ନ ଥାଏ । ହେଲେ ସେତେବେଳେ ଏହା ସମସ୍ତଙ୍କୁ ଚକିତ କରିଦିଏ ଯେବେ ଖୋଦେଇ ଉପରେ ସୋୟା ସସ୍ ଢଳାଯାଏ । ଲାଲ ରଙ୍ଗର ଏହି ସସ୍ ପକାଇବା ପରେ ଯାଇ ଝଲସି ଉଠେ ଏକ ସୁନ୍ଦର କାରିଗରି । ଆଉ ପାତ୍ରଟି ଏକ ଥ୍ରୀଡି ପେଣ୍ଟିଂରେ ରୂପାନ୍ତରିତ ହୋଇଯାଏ । ବିଶେଷ କରି ପାତ୍ରରେ ହୋଇଥାଏ ମାଉଣ୍ଟ ଫୁଜି, ସୁନ୍ଦର ବିଲେଇ, କୁକୁର ଛୁଆ ଆଦି ଚିତ୍ରର ଖୋଦେଇ । ଆଉ ଏହି ସସ୍ ଢଳାଯିବା ପରେ ତାହା ଚମକ୍ରାର ପେଣ୍ଟିଂର ରୂପ ନିଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ