ଅଦ୍ଭୁତ କୁଣ୍ଡ : ଗାଧୋଇଲେ ଦୃଷ୍ଟିଶକ୍ତି ଫେରିଆସେ

ରାଜସ୍ଥାନରେ ପ୍ରଭୁ ରାମଦେବ ବାବାଙ୍କ ମନ୍ଦିର ରହିଛି । ଯୋଧପୁରର ମସୁରିୟା ଅଞ୍ଚଳରେ ଥିବା ଏହି ମନ୍ଦିର ପରିସରରେ ରହିଛି ଏକ ଦିବ୍ୟ କୁଣ୍ଡ । ଏହାକୁ ଲୋକେ ପରର୍ଚା ନାଡ଼ି କୂଅ କହିଥାନ୍ତି । ଏଥିରେ ଗାଧୋଇଲେ ଦେଖିପାରୁ ନ ଥିବା ଲୋକଙ୍କର ମଧ୍ୟ ଦୃଷ୍ଟିଶକ୍ତି ଫେରିଆସେ ବୋଲି ବିଶ୍ୱାସ ରହିଛି । ଲୋକେ କୁହନ୍ତି, କୁଣ୍ଡ ପାଣିରେ ଗାଧୋଇଲେ ସମସ୍ତ ପ୍ରକାର ବ୍ୟାଧିରୁ ମୁକ୍ତି ମିଳେ । ଏହା ସହିତ ପ୍ରେତାତ୍ମା ପ୍ରଭାବରୁ ମଧ୍ୟ ମୁକ୍ତି ମିଳିଥାଏ ବୋଲି ସ୍ଥାନୀୟ ବାସିନ୍ଦା କୁହନ୍ତି । ପ୍ରତିବର୍ଷ ଶୀତଋତୁରେ ଏଠାରେ ବଡ଼ ମେଳା ହୋଇଥାଏ । ମେଳାରେ ଦେଶ ବିଦେଶରୁ ଅନେକ ପର୍ଯ୍ୟଟକ ଯୋଗ ଦେଇଥାନ୍ତି । କୁଣ୍ଡରେ ଗାଧୋଇବା ସହିତ ଲୋକେ ଏହାର ପବିତ୍ର ପାଣି ବୋତଲରେ ଘରକୁ ନେଇଥାନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ