ଅଦ୍ଭୁତ ଗଛ : ଯିଏ କାଟିବାକୁ ଯାଇଛିି ତା’ର ହୋଇଛି ମୃତ୍ୟୁ
ପୃଥିବୀରେ ରହିଛି ଅନେକ ଅଜଣା ରହସ୍ୟ । ଯାହା ଆଧୁନିକ ବିଜ୍ଞାନ ମଧ୍ୟ ସମାଧାନ କରିପାରିନି । ଜାପାନର ଟୋକିଓରେ ରହିଛି ଏକ ୭ଶହ ବର୍ଷର ପୁରୁଣା କର୍ପୂର ଗଛ । ଏହି ଗଛକୁ ନେଇ ସ୍ଥାନୀୟ ଲୋକେ ଅନେକ କଥା କହିଥାନ୍ତି । ଓସାକା ନିକଟରେ ଥିବା କାୟଶିୟା ଷ୍ଟେଶନରେ ରହିଛି ଏହି ରହସ୍ୟମୟ ଗଛ । ୧୯୧୦ରେ ଷ୍ଟେଶନ ନିର୍ମାଣ ସମୟରେ ଗଛ କାଟିବାକୁ ସରକାର ଯୋଜନା କଲେ । ତେବେ ଗଛକୁ ଯିଏ ବି କାଟିବାକୁ ଚିନ୍ତା କଲା ପରବର୍ତ୍ତୀ ସମୟରେ ଆଶ୍ଚର୍ଯ୍ୟଜନକ ଭାବେ ସେମାନଙ୍କର ମୃତ୍ୟୁ ହୋଇଛି । ଶେଷରେ ଜଣେ ଲୋକ ଏହାର ଖଣ୍ଡେ ଡାଳ କାଟିଥିଲେ । ସେହିଦିନ ସନ୍ଧ୍ୟାରେ ତାଙ୍କୁ ପ୍ରବଳ ଜ୍ୱର ହୋଇଥିଲା । ସକାଳେ ତାଙ୍କର ମୃତ୍ୟୁ ହୋଇଥିଲା । ଏହା ପରେ ସ୍ଥାନୀୟ ଲୋକେ ଗଛକୁ ହଣ୍ଟେଡ୍ ଟ୍ରି ଭାବେ ନାମିତ କରି ଏହାଠାରୁ ଦୂରେଇ ରହିଥିଲେ । ଗଛର ଆଖପାଖ ପରିବେଶ ରହସ୍ୟମୟ ତଥା ଭୟଙ୍କର ଲାଗିଥାଏ ବୋଲି ସ୍ଥାନୀୟ ଲୋକେ କୁହନ୍ତି ।


