ଅଦ୍ଭୁତ ଚୋର, କେବଳ ମଙ୍ଗଳବାରେ ଚୋରି କରନ୍ତି
ଶୀର୍ଷକ ପଢ଼ି ଆଶ୍ଚର୍ଯ୍ୟ ଲାଗୁଥିବ; ମାତ୍ର ଏହା ସମ୍ପୂର୍ଣ୍ଣ ସତ । ଅନେକ ସମୟରେ ଶୁଣିଥିବେ କୌଣସି କାମ ଆରମ୍ଭ ପୂର୍ବରୁ ଶୁଭଦିନର ଚୟନ କରାଯାଏ । କାରଣ ଏହା କାମକୁ ଶୁଭଫଳ ଦେଇଥାଏ । କିନ୍ତୁ କେବେ ଶୁଣିଛନ୍ତି, ଚୋରି କରିବାର ବି ଶୁଭଦିନ ଏବଂ ଶୁଭ ମୁହୂର୍ତ୍ତର ବି ଉପଯୋଗ ହୋଇଥାଏ । ହାଇଦ୍ରାବାଦର ମହମ୍ମଦ୍ ସମୀର୍ ଖାନ୍ ନାମକ ଏକ ଚୋର ସପ୍ତାହର କେବଳ ମଙ୍ଗଳବାରକୁ ଚୋରି ପାଇଁ ବାଛିଥାନ୍ତି । ବିଶେଷକରି ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଏବଂ ତେଲେଙ୍ଗାନାରେ ଏହି ଚୋର ମଙ୍ଗଳବାର ହିଁ ଚୋରି କରିଥାନ୍ତି । ଏଭଳି ଅନ୍ଧବିଶ୍ୱାସୀ ଚୋର ବିଷୟରେ ହୁଏତ ପ୍ରଥମ ଥର ଶୁଣୁଥିବେ । ଏବେ ଚୋରକୁ ପୋଲିସ୍ ଗିରଫ କରିସାରିଛି । ତା’ଠାରୁ ଲକ୍ଷାଧିକ ଟଙ୍କା ଏବଂ ଗହଣା ଜବତ କରିଛି । ସମୀର କୁହନ୍ତି, ମଙ୍ଗଳବାର ଚୋରି କଲେ ଧରାପଡିବାର ଆଶଙ୍କା ନ ଥାଏ ବୋଲି ତାଙ୍କର ବିଶ୍ୱାସ ରହିଛି ।


