ଅଦ୍ଭୁତ ମନ୍ଦିର : ସ୍ୱାମୀ-ସ୍ତ୍ରୀ ଏକାଠି ପୂଜା କରିବା ମନା

(ଯୁଗାଦ୍ଦ ନ୍ୟୁଜ) , ଭାରତରେ ଏମିତି କିଛି ମନ୍ଦିର ରହିଛି, ଯେଉଁଠି ପରମ୍ପରା ଏବଂ ମାନ୍ୟତା ଭିନ୍ନ ଭିନ୍ନ । ମନ୍ଦିରକୁ ପରିବାର ସହ ମିଶି ପୂଜାର୍ଚ୍ଚନା କରିବାକୁ ଯାଇଥାନ୍ତି ଲୋକେ । କିନ୍ତୁ ଏମିତି ଏକ ମନ୍ଦିର ରହିଛି ଯେଉଁଠି ସ୍ୱାମୀ-ସ୍ତ୍ରୀ ସାଥୀ ହୋଇ ଦର୍ଶନ କରିପାରିବେ ନାହିଁ । ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ଏହା ହେଉଛି ମା’ ଦୁର୍ଗାଙ୍କ ମନ୍ଦିର । ଯେଉଁଠି ସ୍ୱାମୀ-ସ୍ତ୍ରୀ ଏକାଠି ମା’ଙ୍କୁ ଦର୍ଶନ କରିପାରିବେ ନାହିଁ । ଏହା ପଛରେ ଭଗବାନ ଶିବଙ୍କ ସହ ରହସ୍ୟ ଯୋଡ଼ି ହାଇରହିଛି । ସିମ୍ଲାର ରାମପୁରଠାରେ ଅବସ୍ଥିତ ଏହି ମନ୍ଦିରରେ ପୂଜା ପାଆନ୍ତି ମା’ ଦୁର୍ଗା । କିନ୍ତୁ ଏଠାକୁ ସ୍ୱାମୀ-ସ୍ତ୍ରୀ ଏକାଠି ଯାଇ ପୂଜା କରିବା ପାଇଁ ବାରଣ ରହିଛି । କୁହାଯାଏ, ଭଗବାନ ଶିବ ତାଙ୍କର ଦୁଇ ପୁତ୍ର ଗଣେଶ ଏବଂ କାର୍ତ୍ତିକେୟଙ୍କୁ ବ୍ରହ୍ମାଣ୍ଡ ପରିକ୍ରମା କରିବାକୁ କହିଲେ । କାର୍ତ୍ତିକେୟ ତାଙ୍କ ବାହନ ମୟୂର ପିଠିରେ ବସି ବ୍ରହ୍ମାଣ୍ଡ ଭ୍ରମଣରେ ବାହାରିଗଲେ । କିନ୍ତୁ ଗଣେଶ ମାତାପିତାଙ୍କ ଚାରିପାଖରେ ବୁଲି କହିଲେ ବ୍ରହ୍ମାଣ୍ଡ ମାତାପିତାଙ୍କ ଚରଣରେ । ଅନ୍ୟପକ୍ଷରେ କାର୍ତ୍ତିକେୟଙ୍କୁ ବ୍ରହ୍ମାଣ୍ଡ ବୁଲି ଆସିବାକୁ ଦୀର୍ଘଦିନ ଲାଗିଲା । ଏହା ମଧ୍ୟରେ ଗଣେଶଙ୍କ ବିବାହ ହୋଇସାରିଥିଲା । ଏଥିରେ କାର୍ତ୍ତିକେୟ ରାଗିଗଲେ । କାରଣ ଗଣେଶ କାର୍ତ୍ତିକଙ୍କଠାରୁ ସାନ ଥିଲେ । ସେ କେବେ ବିବାହ କରିବେ ନାହିଁ ବୋଲି ସଂକଳ୍ପ ନେଲେ । ଏଥିରେ ମାତା ପାର୍ବତୀ କ୍ରୋଧିତ ହୋଇଗଲେ । କହିଲେ, ଯେଉଁ ସ୍ୱାମୀ-ସ୍ତ୍ରୀ ସାଥୀ ହୋଇ ତାଙ୍କ ମନ୍ଦିର ଦର୍ଶନ କରିବେ ସେ ଅଲଗା
ହୋଇଯିବେ । ସେହିଦିନଠାରୁ ଏହି ମନ୍ଦିରକୁ କୌଣସି ସ୍ୱାମୀ-ସ୍ତ୍ରୀ ଏକାଠି ହୋଇ ପୂଜା କରିବାକୁ ଯାଆନ୍ତି ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ