ଅଧଘଣ୍ଟା ରେ ଚିହ୍ନଟ ହେବେ କୋରନା ପଜିଟିଭ୍

ପାରାଦୀପ,(ପିତବାସ ପ୍ରଧାନ): ପାରାଦୀପ ବନ୍ଦର ଚିକିତ୍ସାଳୟରେ କୋଭିଡ୍-୧୯ ଆଂଟିଜେନ ଟେଷ୍ଟ କାର୍ଯ୍ୟ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି । ଆଇ ସି ଏମାେନ ଆର ଗାଇଡ୍ଲାଇନ୍ ଅନୁଯାୟୀ “କୁ୍ୟ” ମାନର କୋଭିଡ୍ ଆଂଟିଜେନ ପରିକ୍ଷା ନାଜାଲ୍ ସ୍ୱାବ ମାଧ୍ୟମରେ ଏହି ପରିକ୍ଷଣ କରଯାଉଛି ଏହି ପରିକ୍ଷଣ ବନ୍ଦରର ସମସ୍ତ କର୍ମଚାରୀ ମାନଙ୍କର ପରୀକ୍ଷା କରାଯିବ ବୋଲି ବନ୍ଦର ପ୍ରଶାସନ ପକ୍ଷରୁ କୁହା ଯାଇଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ପରିକ୍ଷଣର ଫଳାଫଳ ମାତ୍ର ଅଧଘଣ୍ଟା ମଧ୍ୟରେ ମିଳି ପାରିବ ଫଳରେ ଚିହ୍ନଟ ପଜିଟିଭ୍ ରୋଗୀଙ୍କୁ ତୁରନ୍ତ ଆଇସୋଲେସନରେ ରଖାଯାଇ ସୁରକ୍ଷିତ ଚିକିତ୍ସା କରାଯାଇ ପାରିବ ବୋଲି ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରଏ କହିଛନ୍ତି ।ଏହି ପରିକ୍ଷଣ କାର୍ଯ୍ୟ ପଦ୍ଧତି ବନ୍ଦର ମୁଖ୍ୟ ଚିକିତ୍ସାଧିକାରୀ ଡା. ପ୍ରହଲ୍ଲାଦ ଚନ୍ଦ୍ର ପଣ୍ଡାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ କରାଯାଉଛି | ଯାହାକୁ ବନ୍ଦରର ଉପାଧ୍ୟକ୍ଷ ଏ.କେ.ବୋଷ ଓ ମୁଖ୍ୟଯନ୍ତ୍ରୀ ମଳୟ ଦାସଗୁପ୍ତା ପରିଦର୍ଶନ କରିଥିଲେ । ପ୍ରଥମ ଦିନରେ ୭ଜଣଙ୍କ ନମୁନା ପରିକ୍ଷା ମଧ୍ୟରୁ ଜଣେ ପଜିଟଭ୍ ଚିହ୍ନଟ ହୋଇଥିଲେ । ବନ୍ଦର ଓ ଅନ୍ୟ ଶିଳ୍ପାନୁଷ୍ଠାନ ମଧ୍ୟରେ ପାରାଦ୍ୱୀପ ବନ୍ଦର ତାର କର୍ମଚାରୀ ମାନଙ୍କ ସୁରକ୍ଷା କ୍ଷେତ୍ରରେ ପଦକ୍ଷେପ ଗ୍ରହଣ କରି ଆଦର୍ଶ ସୃଷ୍ଟି କରିଛି । ପାରାଦ୍ୱୀପ ବନ୍ଦର ତାର ପଣ୍ୟ କାରବାର ସମେତ କୋଭିଡ୍ ସଂକ୍ରମଣ ସମୟରେ କର୍ମଚାରୀ ମାନଙ୍କ ସୁରକ୍ଷା, କୋଭିଡ୍-୧୯ ସଂକ୍ରମଣ ପ୍ରତିଷେଧକ ଓ ପ୍ରାକ ସାବଧାନତା କ୍ଷେତ୍ରରେ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରଏ ଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ