ଅଧପନ୍ତରିଆ ଅବସ୍ଥାରେ ପଡି ରହିଛି ଯାତ୍ରୀ ବିଶ୍ରାମାଗାର

ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ତଥା ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥର ଆମ୍ବଗଢିଆ ଛକ ଠାରେ ନିର୍ମାଣାଧିନ ଯାତ୍ରୀ ବିଶ୍ରାମାଗାର ଅଧପନ୍ତିଆ ଅବସ୍ଥାରେ ପଡି ରହିଛି । ଗତ ୬ ମାସ ତଳେ ଏହି ବିଶ୍ରାମାଗାରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ତାପର ଠାରୁ ଏହାର ନିର୍ମାଣ କାର୍ଯ୍ୟ ବନ୍ଦ ହୋଇ ରହିଛି । ଏହି ବିଶ୍ରାମାଗାରର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ ଛୟାଳସିଂ, ଟିଲୋ, ଓଡଙ୍ଗ, କାଦବରାଙ୍ଗ, ଗଣିଜାଙ୍ଗ ଆଦି ପଞ୍ଚାୟତର ଲୋକ ମାନେ ଉପକୃତ ହୋଇପାରିବେ । ବ୍ଲକ ତଥା ଜିଲା ପ୍ରଶାସନ ଉକ୍ତ ବିଶ୍ରାମାଗାରର ନିର୍ମାଣ କାର୍ଯ୍ୟକୁ ତୁରନ୍ତ ଶେଷ କରିବା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ