ଅଧାଜଳା ସିଗାରେଟ୍କୁ ନେଇ ପରୀକ୍ଷା

ଅଧିକାଂଶ ହଲିଉଡ଼୍ କିମ୍ବା ବଲିଉଡ୍୍ ଚଳଚ୍ଚିତ୍ରରେ ପ୍ରାୟ ଅସମାନ ଦୃଶ୍ୟଟିଏ ଅନେକ ବର୍ଷ ତଳୁ ଦେଖିବାକୁ ମିଳୁଛି । ପେଟ୍ରୋଲ ପମ୍ପରେ ପେଟ୍ରୋଲ ଢାଳି ହୋଇଥିବା ସ୍ଥାନରେ ଅଧା ଜଳା ସିଗାରେଟ୍ ପକାଇଲେ ପୂରା ଅଞ୍ଚଳଟି ଭସ୍ମୀଭୂତ ହୋଇଯାଏ । ବାରମ୍ବାର ବିଭିନ୍ନ ଚଳଚ୍ଚିତ୍ରରେ ଏପରି ଦୃଶ୍ୟ ଦେଖାଯିବା ପରେ ନ୍ୟୁଜିଲ୍ୟାଣ୍ଡ ବିଶେଷଜ୍ଞ ଦଳ ଏହାକୁ ନେଇ ପରୀକ୍ଷା କରିଥିଲେ । ୨ଦିନ ମଧ୍ୟରେ ୫୦ରୁ ଅଧିକ ଥର ପେଟ୍ରୋଲ ଢାଇବା ସହ ଅଧାଜଳା ସିଗାରେଟ୍ ପକାଯାଇଥିଲା । ମାତ୍ର ଏହା ଦ୍ୱାରା ଆଦୌ ଅଗ୍ନି ସଂଯୋଗ ହୋଇପାରିନଥିଲା । ୨୦୦୩ ମସିହାରେ ଏହି ତଥ୍ୟଟି ସମଗ୍ର ବିଶ୍ୱରେ ପ୍ରଚାରିତ ହୋଇଥିଲା । ବାରମ୍ବାର ଏହାକୁ ନେଇ ବିଶ୍ୱର ଅନ୍ୟ ପ୍ରାନ୍ତରେ ଥିବା ବିଶେଷଜ୍ଞଗଣ ପରୀକ୍ଷା କରିଥିଲେ । ଅଧାଜଳା ସିଗାରେଟକୁ ନେଇ ହଜାରରୁ ଅଧିକ ଥର ପରୀକ୍ଷା କରାଯିବା ପରେ ମଧ୍ୟ କୌଣସି ସ୍ଥାନରେ ପେଟ୍ରୋଲ ଢଳାରେ ନିଆଁ ଜଳିନଥିଲା । ଏଭଳି ଅନେକ ଭୁଲ୍ ତଥ୍ୟ ଚଳଚ୍ଚିତ୍ରରେ ଉପସ୍ଥାପିତ ହୋଇଥାଏ ବୋଲି ଏହା ପରଠାରୁ ପ୍ରମାଣିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ