ଦଶଘଣ୍ଟାପରେ ଦଶପଲ୍ଲାରୁ ଦଶ ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲାପ୍ରଶାସନ
ଫୁଲବାଣୀ,(ସୁର୍ଯ୍ୟ ନାରାୟଣ ବେହେରା):କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ, ଚକାପାଦ ବ୍ଲକ, ଫିରିଙ୍ଗିଆ ବ୍ଲକ ର ଦଶ ଜଣ ଆନ୍ଧ୍ରା ପ୍ରଦେଶ ରେ କାମକରୁଥୁଲେ l ସେମାନଙ୍କୁ ଗତକାଲି ବ୍ରହ୍ମପୁର ପୋଲିସ ସ୍ବାସ୍ଥ୍ୟ ପରୀକ୍ଷା ପରେ କନ୍ଧମାଳ ଛାଡିବାର ଥିଲା କିନ୍ତୁ ନୟାଗଡ ଜିଲ୍ଲା ଦଶପଲ୍ଲା ରେ ଛାଡିଦେଇଗଲା ଏଥିରୁ ସହଜେ ଅନୁମୟ ପ୍ରଶାସନର କେତେ ନିଷ୍ଠା ଓ ଦାୟୀତ୍ବ ବାଲିଗୁଡା ବ୍ଳକ ଅଞ୍ଚଳର ଶ୍ରମିକ ଭୋକ ଉପବାସରେ ପଡିରହିଥିବା ଖବର ପାଇ ସେମାନଙ୍କୁ (ପୂର୍ବତନ ସାଂସଦ ରୁଦ୍ରମାଧବ ରାୟ ଙ୍କ ପ୍ରତିନିଧି ତଥା ସମାଜସେବୀ )ଦେବାଶୀଷପାଳ ଓ ସରପଞ୍ଚ ସଞ୍ଜୟ ନାୟକ ନିଜ ତତ୍ୱାବଧାନ ରେ ରଖି ଖାଇବା ପିଇବା ବନ୍ଦୋବସ୍ତ କରିଥିଲେ ।ଏହି ଖବର ପାଇ କନ୍ଧମାଳ ପିପୁଲ୍ସ ଫୋରମ ର ସଭାପତି ଶ୍ରୀ ରାଧା ମୋହନ ମହାପାତ୍ର କନ୍ଧମାଳ ଜିଲ୍ଲାପାଳ ଡ଼ଃ, ବୃନ୍ଦା ଡ଼ି ଙ୍କୁ ଜଣେଇବା ପରେ ଜିଲ୍ଲା ପ୍ରଶାସନ ସେମାନଙ୍କୁ ଆଣିବା ବ୍ୟବସ୍ଥା କରିଥିଲେ। ବାଲିଗୁଡା ଅଞ୍ଚଳକୁ ଆସୁଥିବା ଗାଡି ଦଶପଲ୍ଲାରେ କାହିଁକି ଛାଡିଲା ତାହା ପ୍ରଶ୍ନବାଚୀ ସୃଷ୍ଟିହୋଇଛି ଏହାର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ବିଭିନ୍ନ ମହଲରେ ଦାବୀହୋଇଛି।


