ଅଧା କର୍ମଚାରୀ ଓ ବିନା ଗୋଦାମ ଗୃହରେ ଚାଲିଛି ଧାରପୁର ସମବାୟ ସମିତି

ବରୀ, (ଚୈତନ୍ୟ ଜେନା):ବରୀ ବ୍ଲକ ଅଧିନରେ ଥିବା ୧୩ ଗୋଟି ପ୍ରାଥମିକ କୃଷି ସମବାୟ ସମିତି ମଧ୍ୟରୁ ଧାରପୁର ଅନ୍ୟତମ। ଏହି ପ୍ରାଥମିକ କୃଷି ସମବାୟ ସମିତିର ନାଁ ଅଛି କାର୍ଯ୍ୟାଳୟ ଗୃହ ନାଁ ଅଛି ଗୋଦାମ ଗୃହ। ନିୟମ ଅନୁଯାୟୀ ୪ ଜଣ କର୍ମଚାରୀ ରହିବା ସ୍ଥଳେ ଏଠାରେ ଅଛନ୍ତି ୨ ଜଣ ସହ ସମ୍ପାଦକ ଏବଂ ୪ର୍ଥ ଶ୍ରେଣୀ ପଦବୀ ଖାଲି ପଡିଥିବା ବେଳେ କେବଳ ଅଛନ୍ତି ସମ୍ପାଦକ ଓ ଡିଇଓ। କାର୍ଯ୍ୟାଳୟ ପାଇଁ ଗୃହ ନଥିବାରୁ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଥିବା ଗୋଟିଏ ବଖରା ଘର ଭଡ଼ା ସୂତ୍ରରେ ନେଇ ଚାଲିଛି କାର୍ଯ୍ୟାଳୟ। ଧାନ ମଣ୍ଡି ଖୋଲି ଚାଷୀ ମାନଙ୍କ ଠାରୁ ଧାନ କ୍ରୟ କରିବା ପାଇଁ ସ୍ଥାନ ନଥିବାରୁ ସ୍ଥାନୀୟ ଜଣେ କୃଷକ ତାଙ୍କ ଘର ପାଖରେ ଥିବା ଜାଗାକୁ ବ୍ୟବହାର କରିବା ପାଇଁ ଅନୁମତି ଦେଇ ଥିବାରୁ ସେହି ଠାରେ ହିଁ ଧାନ କ୍ରୟ କେନ୍ଦ୍ର ଖୋଲା ଯାଇଛି। ଫେବୃୟାରୀ ୨୫ ତାରିଖ ସୁଦ୍ଧାଏହି କେନ୍ଦ୍ର ମାଧ୍ଯମରେ ଚାଷୀ ମାନଙ୍କ ଠାରୁ ପ୍ରାୟ ୫୧୩୦ କୁଇଣ୍ଟାଲ ଧାନ କ୍ରୟ କରା ଯାଇ ସାରିଛି। ଅନୀ ଏକ ଉଲ୍ଲେଖନୀୟ କଥା ବରୀ ଅଞ୍ଚଳରେ ବହୁଳ ପରିମାଣରେ ଆଖୁ ଚାଷ ହେଉ ଥିବାରୁ ସମିତି ଦ୍ଵାରା ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଋଣ ଆକାରରେ ଚାଷୀ ମାନଙ୍କୁ ପ୍ରଦାନ କରାଯାଇଛି। ସମିତିର ସଭାପତି ରାଜେନ୍ଦ୍ର ଜେନାଙ୍କ ସକ୍ରିୟ ସହଯୋଗ ପାଇଁ ଏଠାରେ ମଣ୍ଡିରେ ଭଲ କାରବାର ହୋଇ ପାରୁଥିବା ଚାଷୀ ମାନେ ପ୍ରକାଶ କରିଛନ୍ତି। କିନ୍ତୁ ଜିଛି କୁଚକ୍ରି ବ୍ୟକ୍ତି ଧାରପୁର ମଣ୍ଡିକୁ ବଦନାମ କରିବାକୁ ବାରମ୍ବାର ଅଭିଯୋଗ କରୁଛନ୍ତି। ଏଭଳି ଅଭିଯୋଗ ପାଇ ଯାଜପୁର ଉପ ଜିଲ୍ଲାପାଳ ମଣ୍ଡିରେ ପହଞ୍ଚି କ୍ରୟ କମିଟିର ସଦସ୍ୟ ଓ ଚାଷୀ ମାନଙ୍କ ସହିତ ଆଲେଚନା କରିଥଲେ ମଧ୍ୟ ସେମାନଙ୍କ ଠାରୁ ସେଭଳି କିଛି ଅଭିଯୋଗର ପ୍ରମାଣ ମିଳି ନଥିବା ଜଣା ପଡ଼ିଛି। ସମିତି ପାଇଁ କାର୍ଯ୍ୟାଳୟ ଗୃହ ଓ ଗୋଦାମ ଗୃହ ଯୋଗାଇ ଦେବା ସହିତ ଖାଲି ପଡିଥିବା ସହକାରୀ ସମ୍ପାଦକ ଏବଂ ୪ର୍ଥ ଶ୍ରେଣୀ କର୍ମଚାରୀ ପଦବୀ ପୂରଣ କରିବାକୁ ସମବାୟ ବିଭାଗର ଉଚ୍ଚ କତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ