ଅଧିକାରୀ ଓ କର୍ମଚାରୀ ନିଜର ଶ୍ରେଷ୍ଠ ଦକ୍ଷତା ପ୍ରଦର୍ଶନ କରନ୍ତୁ : ଜିଲ୍ଲାପାଳ
ଯାଜପୁର : ମୋ ସରକାର ଓ ୫ଟି ଲାଗୁ ହେବା ପରେ ନିଜ ଦକ୍ଷତା ବୃଦ୍ଧି କରି କାର୍ଯ୍ୟ ପରିଚାଳନା କରିବାକୁ ଜିଲ୍ଲାପାଳ ରଂଜନ କୁମାର ଦାସ ନିର୍ଦ୍ଦେଶ ଦେଇଚ୍ଥନ୍ତି । ବୁଧବାର ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବିଭିନ୍ନ ବିଭାଗର କାର୍ଯ୍ୟ ଦକ୍ଷତା ଓ ବକେୟା ପାଂଇଲ ସଂପର୍କରେ ସମୀକ୍ଷା କରାଯାଇଥିଲା । ଜିଲ୍ଲାପାଳ ଶ୍ରୀ ଦାସ ଏଥିରେ ଅଧ୍ୟକ୍ଷତା କରିବା ସହ ରାଜ୍ୟ ସରକାର ୫ଟି ଓ ମୋ ସରକାର ମାଧ୍ୟମରେ ସାଧାରଣ ଲୋକଙ୍କୁ ତ୍ୱରିତ ସେବା ଯୋଗାଇ ଦେବାପାଇଁ ବ୍ୟବସ୍ଥା କରିଚ୍ଥନ୍ତି ବୋଲି କହିଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମଧ୍ୟ ଅନୁରୂପ ଭାବେ ଅକ୍ଟୋବର ୨ ରୁ ମୋ ପ୍ରଶାସନ ବ୍ୟବସ୍ଥା ପ୍ରଚଳନ କରାଯାଇଚ୍ଥି । ଲୋକଙ୍କୁ ଉନ୍ନତ ସେବା ଯୋଗାଇବାର ପଦକ୍ଷେପ ନିଆଯାଇ ତାହାକୁ ନିୟମିତ ସମୀକ୍ଷା କରାଯାଉଚ୍ଥି । ବର୍ତ୍ତମାନ କର୍ମଚାରୀ ଓ ଅଧିକାରୀଙ୍କୁ ଉତ୍ସାହିତ କରିବା ପାଇଁ ଏକ ଅଭିନବ ପଦକ୍ଷେପ ନିଆଯାଉଚ୍ଥି । ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଓ ଦୁର୍ବଳ ପ୍ରଦର୍ଶନ କରିଥିବା ଅଧିକାରୀ ଓ କର୍ମଚାରୀ ମାନଙ୍କର ମୂଲ୍ୟାଙ୍କନ କରାଯାଇ ସେମାନଙ୍କର ନାମ ଓ ପଂଟୋ ଦୁଇଟି ବୋର୍ଡରେ ସର୍ବସାଧାରଣଙ୍କ ଦେଖିବା ଭଳି ସ୍ଥାନରେ ପ୍ରଦର୍ଶିତ ହେବ । ଯଦ୍ୱାରା ସାଧାରଣ ଲୋକ ମାନେ ମଧ୍ୟ ଅଧିକାରୀ ବା କର୍ମଚାରୀ ମାନଙ୍କର କାର୍ଯ୍ୟ ଦକ୍ଷତାକୁ ଅନୁଧ୍ୟାନ କରିପାରିବେ । ଭଲ କାମ କରୁଥିବା କର୍ମଚାରୀଙ୍କୁ ସମ୍ମାନିତ କରାଯିବ ଓ ନିରନ୍ତର ଦୁର୍ବଳ ପ୍ରଦର୍ଶନ କରୁଥିବା କର୍ମଚାରୀଙ୍କୁ ବାଧ୍ୟତା ମୂଳକ ଅବସର ବା ଚାକିରୀରୁ ବହିଷ୍କାର କରିବା ଭଳି ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଦେଇଚ୍ଥନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ମାଧ୍ୟମରେ ଉନ୍ନତ ଲୋକ ସେବା ଦ୍ୱାରା ଆଇ.ଏସ୍.ଓ. ପ୍ରମାଣ ପତ୍ର ପ୍ରାପ୍ତ ହେବାର ଅଭିଳାଷ ରଖାଯାଇଚ୍ଥି ବୋଲି ଶ୍ରୀ ଦାସ ସୂଚନା ଦେଇଥିଲେ । ଏଥିରେ ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ସହକାରୀ ଜିଲ୍ଲାପାଳ କୁଳମଣି ନାୟକ, ତିଳୋତ୍ତମା ପୃଷ୍ଟି ଉମେଶ ଚନ୍ଦ୍ର ଲେଙ୍କା, ଶୁଭ ଦର୍ଶନ ମିଶ୍ର, ତରଣୀସେନ ପଟ୍ଟନାୟକ, ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କର, କ୍ରୀଡା ଅଧିକାରୀ ପଂକୀର ମୋହନ ଟୁଡୁ, ସ୍ୱଳ୍ପ ସଂଚୟ ଅଧିକାରୀ ଜ୍ଞାନ ରଂଜନ ସେଠୀ, ଜିଲ୍ଲା ସାମାଜିକ ବିଜ୍ଞାନ ଅଧିକାରୀ ସୁଧାଂଶୁ ଶତପଥୀ, ସୂଚନା ଓ ଲୋକ ସଂପର୍କ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।