ଅଧିକ ଆୟ ସତ୍ତେ୍ୱ ପାଖରେ ରହୁନାହିଁ ଅର୍ଥ ଏଥିରୁ ମୁକ୍ତି ଲାଗି କରନ୍ତୁ ଏପରି ପୂଜା
ଚଳିତବର୍ଷ ଗଣେଶ ଚତୁର୍ଥୀ ସେପ୍ଟେମ୍ବର ୨ରେ ପଡୁଥିବାବେଳେ ଏହି ଦିନରେ ଘରେ ପୂଜାର୍ଚ୍ଚନା କରିବା ଫଳରେ ସୁଖଶାନ୍ତି ବଢ଼ିଥାଏ । କିଛି ଲୋକ ଅଛନ୍ତି ଯେଉଁମାନଙ୍କ ଆୟ ଅଧିକ ହୋଇଥିଲେ ମଧ୍ୟ ଘରେ ଅନେକ ସମୟରେ ଅର୍ଥର ଅଭାବ ରହିଥାଏ । ଗଣେଶ ଚତୁର୍ଥୀରେ ଏମିତି କିଛି ପୂଜା କରନ୍ତୁ ଯେଉଁଥିରେ ଅର୍ଥ ସମସ୍ୟା ଦୂର ହୋଇଥାଏ । ସିନ୍ଦୂର ଗଣେଶଙ୍କ ପ୍ରିୟ ହୋଇଥାଏ । ତେଣୁ ତାଙ୍କୁ ପୂଜା କରିବା ସମୟରେ “ସିନ୍ଦୂରଂ ଶୋଭନଂ ରକଂ ସୌଭାଗ୍ୟଂ ସୁଖବର୍ଦ୍ଧନମ୍’ ମନ୍ତ୍ର ଉଚ୍ଛାରଣ କରିବା ଉଚିତ୍ । ଧ୍ୟାନ ରଖିବେ ମନ୍ତ୍ର ଉଚାରଣ ସମୟରେ ହିଁ ଗଣେଶଙ୍କୁ ସିନ୍ଦୂର ଲଗାଇବେ । ପରେ ନିଜେ ଲଗାଇବେ ।ଟଙ୍କା ସମସ୍ୟା ଦୂର ଲାଗି:ପ୍ରତିଦିନ ଗଣେଶଙ୍କୁ ସମିପତ୍ର ଚଢ଼ାଇବା ସହ ଶୁଦ୍ଧ ଲଡ଼ୁ ଭୋଗ ଲଗାନ୍ତୁ । ମନେରଖିବେ ଦୂବ ତାଙ୍କ ପାଦ ନୁହେଁ ବରଂ ମଥାରେ ଚଢ଼ାଇବା ଉଚିତ୍ ।ପରିବାରର ଶୁଖଶାନ୍ତି ପାଇଁ:ବିଘ୍ନ ବିନାଶନଙ୍କୁ ଅକ୍ଷତ ଚଢ଼ାଇବା ସମୟରେ ‘ଓମ୍ ଗଣ ଗଣପତୟେ ନମଃ’ ମନ୍ତ୍ର ଉଚ୍ଚାରଣ କରନ୍ତୁ ।ଏହା ସହ ତାଙ୍କ ନିକଟରେ ଶୁଦ୍ଧ ଘିଅରେ ଦୀପ ଲଗାଇବା ସହ ଗଣେଣ ପୁରାଣ ପାଠ କରିବା ଫଳରେ ଏହି ସମସ୍ୟାରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି?


