ଅଧିକ ନମୁନା ପରୀକ୍ଷଣ ଅଭିମୁଖେ ଭାରତ

ଭୁବନେଶ୍ୱର,(ଓ୍ବାଇଏନ୍ଏସ୍) :ପରୀକ୍ଷା, ଚିହ୍ନଟ, ଉପଚାର ରଣନୀତିକୁ ଆଧାର କରି ଭାରତ କ୍ରମାଗତ ଦ୍ଵିତୀୟ ଦିନ ପାଇଁ ୮ ଲକ୍ଷରୁ ଅଧିକ କରୋନା ନମୁନା ପରୀକ୍ଷା କରିଛି । ଦିନ ପିଛା ଏହି ସଂଖ୍ୟା ୧୦ ଲକ୍ଷକୁ ବୃଦ୍ଧି କରିବା ଲକ୍ଷ୍ୟ ନେଇ କେବଳ ଗତ ୨୪ ଘଣ୍ଟା ମଧ୍ୟରେ ୮,୦୧,୫୧୮ ନମୁନା ପରୀକ୍ଷା କରାଯାଇଛି ।ମୋଟ ନମୁନା ପରୀକ୍ଷା ସଂଖ୍ୟା ୩,୧୭,୪୨,୭୮୨ରେ ପହଞ୍ଚିଥିବା ବେଳେ ପ୍ରତି ନିୟୁତ ପିଛା ନମୁନା ପରୀକ୍ଷଣ ଦ୍ରୁତ ଗତିରେ ୨୩,୦୦୨କୁ ବୃଦ୍ଧି ପାଇଛି ।
ବ୍ୟାପକ ପରୀକ୍ଷା ଦ୍ଵାରା ସଂକ୍ରମିତଙ୍କୁ ଚିହ୍ନଟ କରିବା ପାଇଁ ଏକମାତ୍ର ଉପାୟ ଥିବା ବେଳେ ସଂକ୍ରମିତ ଚିହ୍ନଟ ସହ ସମୟୋଚିତ ମେଡିକାଲ ଚିକିତ୍ସା ମଧ୍ୟ ଦିଆଯାଇପାରୁଛି । ଅଧିକ ପରୀକ୍ଷଣ ଧାରାକୁ ଅବ୍ୟାହତ ରଖିବା ଫଳରେ ଆରୋଗ୍ୟ ହାର ମଧ୍ୟ ବୃଦ୍ଧି ପାଇଛି । ଆରୋଗ୍ୟ ଓ ସଂକ୍ରମିତଙ୍କ ମଧ୍ୟରେ ସଂଖ୍ୟାଗତ ପାର୍ଥକ୍ୟ ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ହାର ମଧ୍ୟ ଆଶାନୁରୂପ ହ୍ରାସ ପାଇଛି ।
ସ୍ୱାସ୍ଥ୍ୟ ଭିତ୍ତିଭୂମି ସଂପ୍ରସାରଣ ଯୋଗୁଁ ଦେଶରେ ରୋଗ ନିରୂପଣ ପାଇଁ ପରୀକ୍ଷାଗାର ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଚଳିତ ବର୍ଷ ଜାନୁଆରୀ ମାସରେ ଦେଶରେ ଗୋଟିଏ ମାତ୍ର ପରୀକ୍ଷାଗାର ଥିବା ବେଳେ ବର୍ତ୍ତମାନ ୯୭୫ଟି ସରକାରୀ ଓ ୫୧୧ ଘରୋଇ ଏହିପରି ମୋଟ ୧୪୮୬ଟି ପରୀକ୍ଷାଗାରରେ ନମୁନା ପରୀକ୍ଷଣ କରାଯାଉଛି ।
କୋଭିଡ ଜନିତ ସମସ୍ତ ପ୍ରକାର ବୈଷୟିକ ପ୍ରସଙ୍ଗରେ ନିର୍ଭୁଲ ଏବଂ ସର୍ବଶେଷ ତଥ୍ୟ, ନିର୍ଦ୍ଦେଶାବଳୀ ଓ ପରାମର୍ଶ ପାଇଁ ଭିଜିଟ୍ କରନ୍ତୁ: https://www.mohfw.gov.in/ and @MoHFW_INDIA ।
କୋଭିଡ୍‌ ସଂକ୍ରାନ୍ତ ବୈଷୟିକ ପ୍ରଶ୍ନ ପଠାଇବା ପାଇଁ covid19@gov.in ଏବଂ ଅନ୍ୟାନ୍ୟ ପ୍ରଶ୍ନ ncov2019@gov.in and @CovidIndiaSeva ।
କୋଭିଡ-19 ସଂକ୍ରାନ୍ତ କୌଣସି ପ୍ରଶ୍ନ ମଧ୍ୟ ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟର ହେଲ୍‌ପଲାଇନ ନଂ – +91-11-23978046 କିମ୍ବା 1075 (ନିଃଶୁଳ୍କ)କୁ ପଚରା ଯାଇପାରିବ ।
ରାଜ୍ୟଗୁଡିକର ହେଲ୍‌ପଲାଇନ ନଂ: https://www.mohfw.gov.in/pdf/ coronvavirushelplinenumber.pdfରେ ଉପଲବ୍ଧ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ