ଅଧିକ ମଦସେବନ କରିଥାନ୍ତି ତ୍ରିପୁରା ବାସୀ

ନୂଆଦିଲ୍ଲୀ :- ଭାରତୀୟମାନେ ମୁଖ୍ୟତଃ ଦେଶୀ ଏବଂ ଭାରତରେ ପ୍ରସ୍ତୁତ ବିଦେଶୀ ମଦକୁ ବେଶ୍ ପସନ୍ଦ କରିଥାନ୍ତି । ଏକ ରିପୋର୍ଟରୁ ଜଣାଯାଇଛି ଯେ, ୧୦ରୁ ୭୫ ବର୍ଷ ମଧ୍ୟରେ ୧୪.୬ ପ୍ରତିଶତ ଭାରତୀୟ ମଦ ପିଇଥାନ୍ତି । ସେମାନଙ୍କ ମଧ୍ୟରୁ ୯୫ ପ୍ରତିଶତ ପୁରୁଷ ହୋଇଥିବାବେଳେ ୫ ପ୍ରତିଶତ ମହିଳା । ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ, ପାଖାପାଖି ୧୬ କୋଟି ଭାରତୀୟ ମଦ ପିଇଥାନ୍ତି । ଭାରତରେ ୧୭ ଜଣ ପୁରୁଷ ମଦ ପିଉଥିବାବେଳେ ଜଣେ ମହିଳା ମଦ୍ୟ ପାନ କରିଥାନ୍ତି । ଭାରତରେ ପ୍ରତି ୩ ଜଣରେ ଜଣେ ଦେଶୀ ମଦ ପିଉଥିବାବେଳେ ୬୦ ପ୍ରତିଶତ ପୁରୁଷ ଆଲକୋହଲ ମାତ୍ରା ଅଧିକ ଥିବା ମଦ୍ୟ ମାନ କରିଥାନ୍ତି । ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ, ତ୍ରିପୁରାରେ ସର୍ବାଧିକ ୬୨ ପ୍ରତିଶତ ପୁରୁଷ ମଦ୍ୟପାନ କରିଥାନ୍ତି । ଏହା ତଳକୁ ଛତିଶଗଡ଼ରେ ଶତକଡ଼ା ୫୭.୨ ପ୍ରତିଶତ ଏବଂ ପଞ୍ଜାବରେ ୫୨ ପ୍ରତିଶତ ପୁରୁଷ ମଦ୍ୟପାନ କରିଥାନ୍ତି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ