ଅଧିକ ଯୌତୁକ ଦାବିରେ ମହିଳାଙ୍କୁ ଶ।।ରୀରିକ ଓ ମାନସିକ ନିର୍ଯ୍ୟାତନା ଅଭିଯୋଗ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ବାହାଘରର ୬ବର୍ଷ ପରେ ଅଧିକ ଯୌତୁକ ଦାବି କରି ଶଶୁର ଘର ଲୋକେ ବୋହୁଙ୍କୁଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଇଛି । ଏ ନେଇ ନିର୍ଯ୍ୟାତନାର ଶିକାର ହୋଇଥିବା ମହିଳାଙ୍କ ଅଭିଯୋଗ କ୍ରମେ ହିଞ୍ଜିଳି ଥାନାରେ ନଂ-୨୯/୨୧ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି । ପ୍ରକାଶ ଯେ, ଗତ ୨୦୧୪ ମସିହାରେ ହିଞ୍ଜିିଳି ଥାନା ରାଳବ ଗ୍ରାମର ବିଷ୍ଣୁପ୍ରିୟା ସେଠି(୨୭)ଙ୍କ ସହ ପୁରୁଷୋତମପୁର ଥାନା ତଥା ହିଞ୍ଜିଳିକାଟୁ ବ୍ଳକ ସାହାପୁର ଗ୍ରାମର କାଶିନାଥ ସେଠିଙ୍କ ପୁଅ ନିଳାଂଚଳ ସହ ବାହାଘର ହୋଇଥିଲା । ବାହାଘର ସମୟରେ ବର ଘର ଦାବି ମୁତାବକ ସମସ୍ତ ପ୍ରକାର ଯାନି ଯୌତୁକ ଓ ଅନ୍ୟାନ ଆସବାବ ପତ୍ର ପ୍ରଦାନ କରାଯାଇଥିଲା । ବାହାଘରର ୧ବର୍ଷ ପରେ ଅଧିକ ଯୌତୁକ ଦାବି କରି ମହିଳାଙ୍କ ଶଶୁ ଓ ୨ ନଣନ୍ଦ ମିଶି ବିଭିନ୍ନ ସମୟରେ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିଲେ । ନିର୍ଯ୍ୟାତନା ଅଧିକ ହେବାରେ ସହ୍ୟ କରିନପାରି ମହିଳା ଜଣଙ୍କ ବାପାଘରକୁ ଆସିବା ପରେ ଘଟଣା ନେଇ ହିଞ୍ଜିଳି ଥାନାରେ ଲିଖିତ ଅଭିଯୋଗ କରିଥିଲେ ।


