ଅଧ୍ୟକ୍ଷଙ୍କୁ କାର୍ଯ୍ୟାଳୟ ଭିତରେ ପସି ମାଡ : ଥାନାରେ ଅଭିଯୋଗ
ହାଟଡିହି, (ବିକାଶ ବିଶ୍ୱାଳ) :ବଉଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସୋସୋର ଭାରପ୍ରାପ୍ତ ଅଧ୍ୟକ୍ଷ ଶିବ ଚରଣ ଖାମୁରାଇଙ୍କୁ କାର୍ଯ୍ୟାଳୟ ଭିତରେ ପସି ମାଡ ମରାଯାଇଥିବା ସୋସୋ ଥାନାରେ ଅଭିଯୋଗ ହୋଇଛି । ସେ କରିଥିବା ଅଭିଯୋଗ ଅନୁଯାଇ ସେ ସୋସୋ ଥାନାରୁ ଫେରି କଲେଜ ଅଫିସରେ ବସିଥିବାବେଳେ କଲେଜର ଡାଟା ଏଣ୍ଟ୍ରି ଅପରେଟର ଓ ତାଙ୍କ ସ୍ୱାମୀ ଜ୍ଞାନ ରଞ୍ଜନ ପୁହାଣ, ଏବଂ ତାଙ୍କ ଭାଇ ସତ୍ୟ ପ୍ରକାଶ ନାୟକ ଅଫିସ ଭିତରେ ପସି ତାଙ୍କୁ ପିଟାମରା କରିବା ଓ କଲେଜର ସିସିଟିଭି ଭାଙ୍ଗିଦେବା ସହିତ କଲେଜର ରେକର୍ଡପତ୍ର ଚିରାଚିରି କରି ଫୋପାଡି ଦେଇଛନ୍ତି । ଏପରିକି କଲେଜର କିଛି କର୍ମଚାରୀ ଏହାକୁ ବାରଣ କରିବାରୁ ତାଙ୍କ ମଧ୍ୟ ମାଡ ମାରିଥିଲେ । ଏପରି ମାଡପିଟ ଓ ପାଟିତୁଣ୍ଡ ଶୁଣି ସ୍ଥାନୀୟ ଲୋକମାନେ ପହଞ୍ଚି ଯିବାରୁ ଅଭିଯୁକ୍ତମାନେ ଦୌଡି ପଳାଇଥିବା ନେଇ କଲେଜର ଅଧ୍ୟକ୍ଷ ସୋସୋ ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି ।