ଅଧ୍ୟକ୍ଷଙ୍କୁ ବିଦାୟ ସମ୍ବର୍ଦ୍ଧନା

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) :-ପୋଚିଲିମ୍ମା ସ୍ଥିତ ଖାମ୍ବେୟା ଦୋରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ରବୀନ୍ଦ୍ର କୁମାର ପାଣିଗ୍ରାହୀଙ୍କୁ ମଙ୍ଗଳବାର ଏକ ଭାବ ବିହ୍ଵଳ ପରିବେଶରେ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଇତିହାସ ବିଭାଗ ଅଧ୍ୟାପକ ସୂର୍ଯ୍ୟ ନାରାୟଣ ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ପରିଚାଳନା ପରିଷଦ ସମ୍ପାଦକ ଏନ. ରଘୁନାଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।ସମ୍ମାନିତ ଅତିଥି ଭାବେ ପୂର୍ବତନ ସଭାପତି ବିଜୟ କୁମାର ଦୋରା,୬୬୨ କଲେଜ ସଂଘ ଗଞ୍ଜାମ ଜିଲ୍ଲା ସମ୍ପାଦକ ଶିଶିର କାନ୍ତ ବିଷୋୟୀ, ବାଲିପଡା ମହାବିଦ୍ୟାଳୟ ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ଦାଶ ପ୍ରମୁଖ ମଞ୍ଚସିନ ଥିଲେ।ଏହି ଅବସରରେ ଜିଲ୍ଲା ସମ୍ପାଦକ ଶ୍ରୀ ବିଷୋୟୀ ବିଦାୟୀ ଅଧ୍ୟକ୍ଷ ରବୀନ୍ଦ୍ର କୁମାର ପାଣିଗ୍ରାହୀଙ୍କ ସଂଘ ଏବଂ ଅନ୍ୟାନ୍ୟ ଅବଦାନ ଅତୁଳନୀୟ ଅଟେ ବୋଲି ସ୍ମୃତି ଚାରଣ କରିଥିଲେ । ନିଜ କର୍ମମୟ ଜୀବନର ୨୯ ବର୍ଷ ଧରି ଖାମ୍ବେୟା ଦୋରା ବିଜ୍ଞାନ ଉଚ୍ଚ ବିଦ୍ୟାଳୟର ସାମୁହିକ ଉନ୍ନତି ଦିଗରେ ନିରନ୍ତର ପ୍ରୟାସ ଜାରି ରଖିବା ସହ ସହଯୋଗୀ ଅଧ୍ୟାପକ, ଛାତ୍ର ଛାତ୍ରୀ, କର୍ମଚାରୀ ଏବଂ ଜିଲ୍ଲା ତଥା ୬୬୨ ଓଡ଼ିଶା କଲେଜ ସଂଘ ସହିତ ଓତଃପ୍ରୋତ ଭାବେ ସକ୍ରିୟ ଭୂମିକା ଗ୍ରହଣ କରି ବେଶ ପରିଚିତ ଥିଲେ।ଶେଷରେ ସଂଘର ଉନ୍ନତି ପ୍ରତି ତାଙ୍କର ଅଦ୍ୟମ ପ୍ରଚେଷ୍ଟା ଓ ପ୍ରେରଣା ସଦାସର୍ବଦା ଅତୁଳନୀୟ ବୋଲି ସେ ଅଭିହିତ କରିଥିଲେ।କିନ୍ତୁ ସରକାରଙ୍କ ଟାଳଟୁଳ ନୀତି ଯୋଗୁଁ ସେ କୌଣସି ରିଟାର୍ଡ ବେନିଫିଟ ଏବଂ ଚାକିରୀ ସର୍ତ୍ତାବଳୀରୁ ବଞ୍ଚିତ ହୋଇ ଅନ୍ତିମ ସମୟରେ ଖାଲି ହାତରେ ବିଦାୟ ନେବା  ଅତ୍ୟନ୍ତ ଯନ୍ତ୍ରଣା ଦାୟକ ବୋଲି ବକ୍ତବ୍ୟ ରଖିଥିଲେ । ଅନୁରୂପ ଭାବେ ମଞ୍ଚସିନ ଅତିଥିବୃନ୍ଦ ଅଧ୍ୟକ୍ଷ ଶ୍ରୀ ପାଣିଗ୍ରାହୀଙ୍କ ବିଭିନ୍ନ କୃତି ଓ ପ୍ରଶଂସନୀୟ ଉଦ୍ୟମ ଯୋଗୁଁ ଅଞ୍ଚଳରେ ସମ୍ପୃକ୍ତ ବିଜ୍ଞାନ ଉଚ୍ଚ ବିଦ୍ୟାଳୟ ଏକ ପ୍ରତିଷ୍ଠିତ ଅନୁଷ୍ଠାନ ଭାବେ ପରିଚିତ ହୋଇଛି ବୋଲି ଏକ ଭାବପୂର୍ଣ ବକ୍ତବ୍ୟ ପ୍ରଦାନ କରିଥିଲେ । ଶେଷରେ ସଂଘ ଓ ଅନ୍ୟାନ୍ୟ ସହଯୋଗୀ ଅଧ୍ୟାପକ ଓ କର୍ମଚାରୀ ଅଧ୍ୟକ୍ଷ ଶ୍ରୀ ପାଣିଗ୍ରାହୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଅଧ୍ୟାପକ ସଞ୍ଜୟ କୁମାର ଷଡଙ୍ଗୀ ସଂଯୋଜନା କରିଥିଲା ବେଳେ ଅଧ୍ୟାପକ ନୀଳାଚଳ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ଅଧ୍ୟାପକ ଓ କର୍ମଚାରୀ ସହଯୋଗ କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ