ଅଧ୍ୟକ୍ଷଙ୍କୁ ମାଡ ଘଟଣା, ମୁହଁ ଖୋଲିଲେ ପୂର୍ବତନ ଅଧ୍ୟକ୍ଷ

ହାଟଡ଼ିହି, (ବିକାଶ ବିଶ୍ୱାଳ): ବଉଳା ଯୁକ୍ତ ଦୁଇ କଲେଜର ବର୍ତ୍ତମାନର ଭାରପ୍ରାପ୍ତ ଅଧ୍ୟକ୍ଷ ଶିବ ଚରଣ ଖାମୁରାଇଙ୍କୁ ପୁର୍ବତନ ଅଧ୍ୟକ୍ଷ ମାଡ ମାରିବା ସହ ଗାଡି ଓ ମୋବାଇଲ ଭଙ୍ଗାରୁଜା କରିବା ନେଇ ଥାନାରେ ମାମଲା ରୁଜୁହେବା ପରେ ପୁର୍ବତନ ଅଧ୍ୟକ୍ଷ ସୁବାସ ନାୟକ ମୁହଁ ଖୋଲିଛନ୍ତି । ଏହା ତାଙ୍କ ବିରୁଦ୍ଧରେ ଏକ ସଡଯନ୍ତ୍ର ବୋଲି କହିବା ସହ ସେ କଲେଜର ଅନେକ ଅନିୟମିତତା ସମ୍ପର୍କରେ ଆର.ଟି.ଆଇ ଯୋଗେ ତଥ୍ୟ ମାଗିବା ପରେ ତାଙ୍କ ନାମରେ ଏପରି ମିଥ୍ୟା ଅଭିଯୋଗ କରାଯାଇଥିବା ଶ୍ରୀ ନାୟକ ଏକ ପ୍ରେସ ବିବୃତିରେ କହିଛନ୍ତି । ତାଙ୍କର କିଛି ପେନସନ ସମ୍ପର୍କିତ ରେକର୍ଡପତ୍ର ପ୍ରସ୍ତୁତ ପାଇଁ ସେ ଅଧ୍ୟକ୍ଷଙ୍କୁ ଟଙ୍କା ଦେଇଥିବାବେଳେ ସେ କାମ ନକରିବାରୁ ତାଙ୍କୁ ଟଙ୍କା ଫେରସ୍ତ ମାଗିବାରୁ ସେ ମୋ ନାମରେ ଏପରି ମିଥ୍ୟା ଅଭିଯୋଗ କରିଛନ୍ତି ବୋଲି କହିଛନ୍ତି । ପୁଲିସର ସମସ୍ତ ତଦନ୍ତକୁ ସେ ସହଯୋଗ କରିବେ ବୋଲି କହିଛନ୍ତି । ଏଠାରେ ସୁଚନାଯୋଗ୍ୟ ଯେ ଉକ୍ତ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ କଲେଜରୁ ନିଜ ଘରକୁ ଫେରୁଥିବାବେଳେ ପୁର୍ବତନ ଅଧ୍ୟକ୍ଷ ସୁବାସ ନାୟକ ତାଙ୍କୁ ମୋଡ ମାରିବା ସହିତ ବାଇକ ଭଙ୍ଗାରୁଜା ଓ ମୋବାଇଲ ଭାଙ୍ଗି ଦେଇଥିବା ନେଇ ଭାରପ୍ରାପ୍ତ ଅଧ୍ୟକ୍ଷ ଶିବ ଚରଣ ଖାମୁରାଇ ଆଗରପଡା ଥାନାରେ ଅଭିଯୋଗ କରିଥିଲେ । ଏହି ଆଧାରରେ ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ