ଅଧ୍ୟକ୍ଷଙ୍କ ବିରୁଦ୍ଧରେ ମାମଲା ରୁଜୁ : ଗିରଫ ଦାବିରେ ଥାନା ଘେରିଲେ ମହିଳା

ହାଟଡିହି, (ବିକାଶ ବିଶ୍ୱାଳ) :ବଉଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସୋସୋର ଭାରପ୍ରାପ୍ତ ଅଧ୍ୟକ୍ଷଙ୍କ ବିରୁଦ୍ଧରେ ସେହି କଲେଜର ଡାଟା ଏଣ୍ଟ୍ରି ଅପରେଟର କରିଥିବା ଅଭିଯୋଗ ଆଧାରରେ ପୋଲିସ ଥାନା କେସନଂ ୦୬/୨୦୨୨ ତା ୮/୧/୨୦୨୨ ଦଫା ୨୯୪/୩୫୪ (ଏ), ୫୦୬ରେ ମାମଲା ରୁଜୁ କରିଛି । କିନ୍ତୁ ଅଭିଯୁକ୍ତକୁ ଗିରଫ କରିବାରେ ପୋଲିସ ବିଳମ୍ବ କରୁଥିବା ପ୍ରତିବାଦରେ ପ୍ରତିବାଦରେ ଆଜି ନୁଆଗଁ ଗ୍ରାମର ଶାନ୍ତିଲତା ପଲେଇ, ତୁଳସୀ ନାହାକ, ସୁବାସିନି ପରିଡା, ମିନତୀ ନାଇକ, କଳ୍ପନା ଦେହୁରୀ, ବାସନ୍ତୀ ନାହାକ, ଅନିତା ନାଇକ, ସଞ୍ଜୁଲତା ନାୟକ, ପଦ୍ମିନୀ ବିଶ୍ୱାଳ, ସୁମିତ୍ରା ପଲେଇଙ୍କ ସମେତ ୨୦ରୁ ଉର୍ଦ୍ଧ ମହିଳା ଥାନା ଘେରାଉ କରିବା ସହିତ ତୁରନ୍ତ ଅଭିଯୁକ୍ତକୁ ଗିରଫ କରିବାପାଇଁ ଦାବି କରିଛନ୍ତି । ଏଠାରେ ସୁଚନାଯୋଗ୍ୟ ଯେ ବଉଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସୋସୋର ଡାଟା ଏଣ୍ଟ୍ରି ଅପରେଟର ଶ୍ୱେତପଦ୍ମା ନାୟକଙ୍କୁ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଶିବ ଚରଣ ଖାମୁରାଇ ତାଙ୍କୁ ଏକୁଟିଆ ପାଇ ମନ୍ଦ ଉଦ୍ଦେଶ୍ୟ ରଖି ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିବା ସହିତ ଏହାର ବିରୋଧ କରିବାରୁ ତାଙ୍କୁ ମାଡ ମାରିବା ଓ ଜୀବନରେ ମାରିଦେବାକୁ ଧମକ ଆଦି ଦେଇଥିବା ନେଇ ଶ୍ୱେତପଦ୍ମା ସୋସୋ ଥାନାରେ ଅଭିଯୋଗ କରିଥିଲେ । ଅନ୍ୟ ପକ୍ଷରେ ଭାରପ୍ରାପ୍ତ ଅଧ୍ୟକ୍ଷ ଶିବ ଚରଣ ଖାମୁରାଇ ଙ୍କ ପାଲଟା ଅଭିଯୋଗ କ୍ରମେ ସୋସୋ ପୋଲିସ ଶ୍ୱେତପଦ୍ମା ଓ ତାଙ୍କ ସ୍ୱାମୀ ଏବଂ ଭାଇଙ୍କ ନାମରେ ମଧ୍ୟ ମାମଲା ରୁଜୁ ହୋଇଥିବା ସୋସୋ ପୋଲିସ ସୂଚନା ଦେଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ