ଅଧ୍ୟାଦେଶ ଆଣିବା ନିଷ୍ପତ୍ତିକୁ ବିରୋଧ କରିଛି ରେଭେନ୍ସା ବିକାଶ ଅଭିଯାନ
କଟକ, (ଦୀପକ୍ କୁମାର ବେଉରା): କୋଭିଡ୍ ସମୟରେ କୌଣସି ଆଲୋଚନା ନକରି ରାତି ଅଧିଆ ଓଡିଶା ବିଶ୍ୱବିଦ୍ୟାଳୟ ଅଧିନିୟମ ୨୦ ଅଧ୍ୟାଦେଶ ଆଣିବା ନିଷ୍ପତ୍ତିକୁ ବିରୋଧ କରିଛି ରେଭେନ୍ସା ବିକାଶ ଅଭିଯାନ। କଟକ ଗାନ୍ଧୀଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଙ୍ଗଠନ ପକ୍ଷରୁ କୁହାଯାଇଛି ଯେ ସରକାର ଆଣିଥିବା ଏହି ଅଧ୍ୟାଦେଶ ଅଗଣତାନ୍ତ୍ରିକ ଓ ନିନ୍ଦନୀୟ। ଉଚ୍ଚ ଗବେଷଣା ଓ ଗୁଣାତ୍ମକ ଶିକ୍ଷା ପାଇଁ ଗତ ୨୦୦୫ ରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ରେ ପରିଣତ ହୋଇଥିଲା। ଓଡିଶା ବିଶ୍ୱବିଦ୍ୟାଳୟ ଅଧିନିୟମ ଅନୁସାରେ ସିନେଟ୍ କୁ ଉଚ୍ଛେଦ କରିବା,ଯୋଗ୍ୟତା ନ ଥାଇ ଅଧ୍ୟାପକ ଓ ପ୍ରଫେସରଙ୍କୁ ନିଯୁକ୍ତି ଦେବା ପାଇଁ ଘରୋଇ ସଂସ୍ଥାକୁ ଟେକିଦେବା ଅଗଣତାନ୍ତ୍ରିକ ପଦ୍ଧତି। ଶିକ୍ଷା ସଂସ୍କାରକୁ ନେଇ ଘରୋଇ ସଂସ୍ଥାମାନଙ୍କ ହାତରେ ଟେକିଦେଉଛନ୍ତି ସରକାର। ତେଣୁ ଏହାକୁ ଉଚ୍ଚ ଶିକ୍ଷାରେ ପରିବର୍ତ୍ତନ କରି ଘରୋଇ ସଂସ୍ଥାମାନଙ୍କୁ ସମ୍ପୂର୍ଣ୍ଣ ରୁପେ ବନ୍ଦ କରିବାକୁ ଦାବି କରିଛି ସଙ୍ଗଠନ।