ଅଧ୍ୟାପକଙ୍କୁ କୋଚିଂ ସେଣ୍ଟର ମନା

ଭୁବନେଶ୍ବର:- ଅଧ୍ୟାପକଙ୍କୁ ଘରୋଇ ଭାବେ ପାଠପଢ଼ାଇବାକୁ ବାରଣ କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ସରକାରୀ ଅନୁଦାନପ୍ରାପ୍ତ କଲେଜ ଅଧ୍ୟାପକଙ୍କୁ ବି ଚେତାବନୀ ଦେଇଛନ୍ତି । ଘରୋଇ ଭାବେ କୋଚିଂ ଦେଉଥିଲେ ଏଣିକି ଆଉ ନିସ୍ତାର ନାହିଁ । ରାଜ୍ୟ ସରକାର ସେଥିପାଇଁ ପଦକ୍ଷେପ ନେବେ । ଯେଉଁ ଅଧ୍ୟାପକମାନେ ଘରୋଇ କୋଚିଂ କରୁଛନ୍ତି, ଏ ସମ୍ପର୍କରେ ସରକାରଙ୍କୁ ଅବଗତ କରାଇଲେ ଦୃଢ଼ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଉଚ୍ଚଶିକ୍ଷା ବିଭାଗ ନିୟମ ଅନୁସାରେ ଦୃଢ ପଦକ୍ଷେପ ନିଆଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି । ସେହିପରି କଲେଜ ପରିଚାଳନା ପରିଷଦରେ ବି ରହିବେନି ବିଧାୟକ । କେବଳ ଶିକ୍ଷାବିତମାନେ ହିଁ କଲେଜ ପରିଚାଳନା ପରିଷଦରେ ସଦସ୍ୟ ହୋଇ ରହିବେ । ଗୁରୁବାର ଉଚ୍ଚଶିକ୍ଷାମନ୍ତ୍ରୀ ଅରୁଣ ସାହୁ ଓଡିଶା ଅଭିଭାବକ ମହାଂସଘ ପକ୍ଷରୁ ଆୟୋଜିତ ଏକ କାର‌୍ୟ୍ୟକ୍ରମରେ ଏହି ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ